‘ବିନା କୌଣସି ଚେତାବନୀ’ରେ ୩୦୦ କର୍ମଚାରୀଙ୍କୁ ଚାକିରିରୁ କାଢିଦେଲା Zomato, ରେଡିଟ ୟୁଜରଙ୍କ ଦାବି

୩୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଲା ଜୋମାଟୋ

ନୂଆଦିଲ୍ଲୀ: ଜୋମାଟୋର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ ଆଣିଛନ୍ତି ଯେ, କମ୍ପାନୀ ବିନା କୌଣସି ସୂଚନାରେ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଅଚାନକ ଚାକିରିରୁ ବାହାର କରିଦେଇଛି। ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ପୋଷ୍ଟ ଅନୁଯାୟୀ, ଜୋମାଟୋ କର୍ମଚାରୀଙ୍କୁ ନିଜର ଉପସ୍ଥିତିକୁ ସୁଧାରିବା ପାଇଁ କୌଣସି ସୁଯୋଗ ଦେଇନାହିଁ କମ୍ପାନୀ। ଏହି କାରଣ ପାଇଁ ତାଙ୍କୁ ଗୋଟିଏ ଝଟକାରେ ଚାକିରିରୁ ବାହାର କରାଯାଇଛି।

ଏହି ପୋଷ୍ଟରେ ଆହୁରି କୁହାଯାଇଛି ଯେ, କୌଣସି ଚେତାବନୀ ନାହିଁ, ସୁଧାରିବା ପାଇଁ କୌଣସି ସୁଯୋଗ ନାହିଁ। ବାସ୍ ଗୋଟିଏ ଝଟକାରେ ସମସ୍ତଙ୍କୁ ବରଖାସ୍ତ।

ପୂର୍ବତନ କର୍ମଚାରୀ କମ୍ପାନୀର ଦୃଷ୍ଟିକୋଣରୁ ଆଲୋଚନା କରି ଯୁକ୍ତି କରିଛନ୍ତି ଯେ, ଜୋମାଟୋ କର୍ମଚାରୀମାନଙ୍କ ଯୋଗଦାନକୁ ଖାତିର ନ କରି ସେମାନଙ୍କୁ ବେକାରୀ ବୋଲି କୁହାଗଲା।

ସେ ଜୋମାଟୋରେ କାମ କରୁଥିବା କର୍ମଚାରୀଙ୍କୁ କହିଛନ୍ତି ଯେ, ଆପଣମାନେ ଯେତେ ପରିଶ୍ରମ କରିବା ସତ୍ତ୍ୱେ ତୁମ ଚାକିରିରରେ କୌଣସି ଗ୍ୟାରେଣ୍ଟି କମ୍ପାନୀ ଦେବ ନାହିଁ।