ଠକ ସ୍କୁଲ ପ୍ରତି ହୁଅ ସାବଧାନ୍! ଦେଇପାରିବେନି ପରୀକ୍ଷା, ଏପରି ଆଲର୍ଟ କଲା ସିବିଏସଇ

ଭୁବନେଶ୍ୱର: ଆଜିକାଲି ସବୁକ୍ଷେତ୍ରରେ ଠକାମୀ ଚାଲିଛି । ସେତେଣିକି ଶିକ୍ଷା କ୍ଷେତ୍ର ହେଉ ବା ଅନଲାଇନ୍ ଟ୍ରାଞ୍ଜାକ୍ସନ । ଏହାରି ମଧ୍ୟରେ ସିବିଏସଇ ପକ୍ଷରୁ ଅଭିଭାବକ ଓ ପିଲାମାନଙ୍କୁ ଆଲର୍ଟ କରାଯାଇଛି । ସିବିଏସଇର କହିବା ମୁତାବକ, ସିବିଏସଇ ଆଫିଲିଏସନ ନଥିଲେ ପରୀକ୍ଷା ଦେଇପାରିବେନି ।

ତେବେ ଏହି ମାମଲାକୁ ନେଇ ଠକ ସ୍କୁଲ ପ୍ରତି କଠୋର ହୋଇଛି ସିବିଏସଇ । ସିବିଏସଇ ଆଫିଲିଏସନ ନଥିଲେ ଦ୍ୱାଦଶ ପରୀକ୍ଷା ଦେଇପାରିବେନି ଛାତ୍ର । ଯଦି ଆପଣ ମଧ୍ୟ ଠକ ସ୍କୁଲରୁ ପାଠ ପଢ଼ିଛନ୍ତି, ତେବେ ପରୀକ୍ଷାରୁ ବଞ୍ଚିତ ହେବେ । ଏଥିପାଇଁ ପିଲା ଓ ଅଭିଭାବକମାନେ ଦାୟୀ ରହିବେ ବୋଲି ସିବିଏସଇ ଆଲର୍ଟ ଜାରି କରିଛି ।