fbpx

ଜଳିଗଲା ୨୦୦ କ୍ୱିଣ୍ଟାଲ ଧାନ

ବଲାଙ୍ଗିର,୨୨ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ଲୋଇସିଂହା ବ୍ଲକ ଗୁର୍ଜୀଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ଚାଷୀଙ୍କ ୨୦୦ କ୍ୱିଣ୍ଟାଲ ଧାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଚାଷୀ ସଦାନନ୍ଦ ପ୍ରଧାନଙ୍କ ସମେତ ୫ ଜଣଙ୍କ ଧାନରେ କିଛି ଦୃବୁର୍ତ୍ତ ନିଆଁ ଲଗାଇଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

ସକାଳେ ଚାଷୀମାନେ ଧାନ ଖଳାରେ ନିଆଁ ଲାଗିଥିବାର ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Get real time updates directly on you device, subscribe now.