ଆଦିତ୍ୟଙ୍କ ମୃତ୍ୟୁ ମାମଲା: ଫେସବୁକକୁ ଜିଆରପି ପୋଲିସ କାହିଁକି ଚିଠି ଲେଖିଲା ଜାଣନ୍ତୁ

ଭୁବନେଶ୍ୱର,୨୩ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଛି । କିନ୍ତୁ ଏହି ଘଟଣାର ପର୍ଦ୍ଦାଫାସ ହୋଇପାରି ନାହିଁ । ତେଣୁ ଜିଆରପି ପୋଲିସ ଜୋର ସୋରରେ ତଦନ୍ତ ଜାରି ରଖିଛି । ଏହି ମୃତ୍ୟୁ ମାମଲାକୁ ନେଇ ଫେସବୁକର ସହାୟତା ଲୋଡ଼ିଛି ଜିଆରପି ପୋଲିସ । ଫେସବୁକର କାଲିଫର୍ଣ୍ଣିଆ ମୁଖ୍ୟ କାର୍ଯ୍ୟାଳୟକୁ ଜିଆରପି ପୋଲିସ ଚିଠି ଲେଖିଛି । ଜୁଲାଇ ୬ରେ କରାଯାଇଥିବା ଫେସବୁକ ପୋଷ୍ଟର ତଥ୍ୟ ଜଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କାରଣ ଆଦିତ୍ୟ ମୃତ୍ୟୁ ପୂବରୁ ଫେସବୁକରେ ଲେଖିଥିଲେ ଯେ ମୃତ୍ୟୁ ଯେତେ ବେଳେ ଆସେ, ବହୁତ ଧୀରେ ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ । ଏହି ଲେଖା କିଏ ପୋଷ୍ଟ କରିଛି ଜଣାଇବାକୁ ଜିଆରପି ପୋଲିସ ଚିଠି ଲେଖିଛି ।

ଅନ୍ୟପଟେ ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଡାଏରୀରେ ଲେଖାଥିବା ଡ଼େଟ ନୋଟ ହାଣ୍ଡରାଇଟିଂ ଆଦିତ୍ୟଙ୍କର ବୋଲି ଜଣାପଡ଼ିଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋରୁ ଏହା ସ୍ପଷ୍ଟ ହୋଇଛି । ସେ ନିଜେ ମୃତ୍ୟୁ ପୂର୍ବରୁ ଏହା ଲେଖିଥିଲେ । ଏନେଇ ଜିଆରପି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.