ମହାନବମୀ ଦିନ ମାଆ ସିଦ୍ଧିଦାତ୍ରୀଙ୍କ ପାଖେ ଲଗାନ୍ତୁ ଏହି ଭୋଗ, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

ନବରାତ୍ରୀର ନବମ ଦେବୀ ମାଆଙ୍କ ନବମ ରୂପ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ମାଆଙ୍କୁ ଏହି ଭୋଗ ଅର୍ପଣ କଲେ ପୂର୍ଣ୍ଣ ହେବ ସମସ୍ତ ଇଚ୍ଛା।

ଓଡ଼ିଶା ଭାସ୍କର: ୬ ଏପ୍ରିଲ ଅର୍ଥାତ ଆଜି ଚୈତ୍ର ନବରାତ୍ରୀର ନବମ ଦିନ। ନବରାତ୍ରୀର ନବମ ଦିନ ଦେବୀ ଦୁର୍ଗାଙ୍କ ନବମଙ୍କ ରୂପ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଇଥାଏ।

ମାଆ ସିଦ୍ଧିଦାତ୍ରୀଙ୍କ ପୂଜା କରି ଭଗବାନ ଶିବ ସିଦ୍ଧି ପ୍ରାପ୍ତି କରିଥିଲେ ବୋଲି ପୂରାଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ସିଦ୍ଧିଦାତ୍ରୀଙ୍କୁ ପୂଜା କଲେ ଆପଣଙ୍କ ସମସ୍ତ ସିଦ୍ଧି ଅର୍ଥାତ ଇଚ୍ଛା ପୂରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଭୋଗ ଅର୍ପଣ କରିବା ଦ୍ୱାରା ମାଆ ସିଦ୍ଧିଦାତ୍ରୀ ପ୍ରସନ୍ନ ହୋଇଥାଆନ୍ତି।

ମନ୍ତ୍ର: ଓଁ ଐ ହ୍ରିଂ କଲିଂ ଚାମୁଣ୍ଡାୟୈ ବିଚ୍ଚେ। ଓଁ ଗ୍ଲୈ ହୁଂ କ୍ଲିଂ ଜୁଂ ସଃ ଜ୍ୱାଲୟ ଜ୍ୱାଲୟ ଜ୍ୱଲ।
ଜ୍ୱଳ ପ୍ରଜ୍ୱଳ ପ୍ରଜ୍ୱଳ ଐ ହ୍ରିଂ କ୍ଲିଂ ଚାମୁଣ୍ଡାୟୈ ବିଚ୍ଚେ ଜ୍ୱଳ ହଂ ସଂ ଲଂ କ୍ଷଂ ଫଟ୍ ସ୍ୱାହା।

ଭୋଗ: ନବରାତ୍ରୀରେ ନବମୀ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମାଆ ସିଦ୍ଧିଦାତ୍ରୀଙ୍କୁ ଖିରୀ, ପୁରୀ, ଚଣା, ହାଲୁଆ, ନଡିଆ ଏବଂ ମୌସୁମୀ ଫଳର ଭୋଗ ଅବଶ୍ୟ ଲଗାନ୍ତୁ। ମାଆ ସିଦ୍ଧିଦାତ୍ରୀଙ୍କର ଏହି ଜିନିଷ ଅତିପ୍ରିୟ। ନବମୀ ଦିନ ଦେବୀ ମାଆଙ୍କୁ ଏହି ଜିନିଷର ଭୋଗ ଲଗାଇବାରେ ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।