ନିଆରା ଢଙ୍ଗରେ ପାଳନ ହେଲା ରାମ ନବମୀ (Video) ହିନ୍ଦୁ ରାମଙ୍କ ରଥ ଟାଣିଲେ, ମୁସଲମାନ ଫୁଲ ଢାଳିଲେ
ଭାଇଚାରାର ଉଦାହରଣ ଦେଲେ କାନପୁରବାସୀ । ଭିନ୍ନ ଢଙ୍ଗରେ ୩୨ ବର୍ଷ ହେବ ପାଳୁଛନ୍ତି ରାମଙ୍କ ଜନ୍ମଦିନ ।
ନାଗପୁର: ମହାରାଷ୍ଟ୍ର ନାଗପୁରରେ ରାମ ନବମୀ ଅବସରରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ । ଯାହା ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିବା ସହିତ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ରବିବାର ରାମ ନବମୀ ଅବସରରେ ନାଗପୁରରେ ପ୍ରଭୁ ଶ୍ରୀ ରାମଙ୍କ ଶୋଭାଯାତ୍ରା ଚାଲିଥିଲା । ହିନ୍ଦୁମାନେ ଶୋଭାଯାତ୍ରାରେ ରାମଙ୍କ ରଥକୁ ଟାଣିନେଉଥିବାବେଳେ ସ୍ଥାନୀୟ ମୁସଲମାନ ଲୋକେ ସେମାନଙ୍କ ଉପରେ ପୁଷ୍ପ ବର୍ଷା କରୁଥିବାର ଦେଖିବାକୁ ମିଳିଥିଲା ।
ନଗପୁର ମୁସଲମାନ ସେବା ସମିତି ପକ୍ଷରୁ ରାମଙ୍କ ଶୋଭାଯାତ୍ରାରେ ଭାଗ ନେଇଥିବା ଲୋକଙ୍କୁ ପାଣି ମଧ୍ୟ ବଣ୍ଟାଯାଇଥିଲା । ହଜାର ହଜାର ସଂଖ୍ୟାରେ ଭକ୍ତ ଶୋଭାଯାତ୍ରାରେ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା ।
ମୁସଲମାନ ସେବା ସମିତିର ସଦସ୍ୟଙ୍କ କହିବା ଅନୁସାରେ ଏ ପ୍ରଥା ଦୀର୍ଘ ୩୨ ବର୍ଷ ହେବ ଚାଲିଆସୁଛି । ନାଗପୁରରେ ମୁସଲମାନ ଓ ହିନ୍ଦୁମାନଙ୍କ ମଧ୍ୟରେ ଥିବା ଭାଇଚାରାର ମିଶାଲ ଦୁନିଆକୁ ଦେବା ଲାଗି ସମିତି ପକ୍ଷରୁ ଏପରି କରାଯାଉଛି ।
ନାଗପୁର ଭଳି ପଶ୍ଚିମ ବଙ୍ଗରେ ମଧ୍ୟ ହିନ୍ଦୁ ଓ ମୁସଲମାନ ମିଶି ରାମ ନବମୀ ପାଳନ କରିଛନ୍ତି ।
#WATCH नागपुर, महाराष्ट्र: मुस्लिम समुदाय के लोगों ने रामनवमी 2025 के अवसर पर निकाली जा रही शोभा यात्रा पर पुष्प वर्षा की। pic.twitter.com/j3tEJAO9Fy
— ANI_HindiNews (@AHindinews) April 6, 2025