ଦୁଇ ବର୍ଷ ବ୍ୟାନ ପରେ ମଇଦାନକୁ ଫେରିଲେ ଷ୍ଟାର ଅଲରାଉଣ୍ଡର, ଏହି ଟିମ ପାଇଁ ଖେଳିବେ
ବାଂଲାଦେଶର ଅଲରାଉଣ୍ଡର ନାସିର ହୁସେନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦୁଇ ବର୍ଷ ପରେ ମଇଦାନକୁ ଫେରିଛନ୍ତି
ନୂଆଦିଲ୍ଲୀ: ବାଂଲାଦେଶର ଅଲରାଉଣ୍ଡର ନାସିର ହୁସେନ ଦୁଇ ବର୍ଷର ବ୍ୟାନ ପରେ କ୍ରିକେଟ ମଇଦାନକୁ ଫେରିଛନ୍ତି। ଏହାପରେ ସେ ଢୋକା ପ୍ରିମିୟର ଡିଭିଜନ ଲିଗ ମ୍ୟାଚରେ ରୂପଗଞ୍ଜ ଟାଇଗର୍ସ କ୍ରିକେଟ କ୍ଲବ ପାଇଁ ଖେଳିବା ନଜର ଆସିବେ।
୩୩ ବର୍ଷୀୟ ହୁସେନଙ୍କୁ ସେପ୍ଟେମ୍ବର ୨୦୨୩ରେ ଆଇସିସିର ଦୁର୍ନୀତି ନିରୋଧକ ସଂହିତାର ଉଲ୍ଲଘଂନ ପାଇଁ ଛଅ ମାସ ପାଇଁ ନିଲମ୍ବନ ସହ ବ୍ୟାନ କରିଦିଆଯାଇଥିଲା।
ହୁସେନ ୨୦୧୧ରୁ ୨୦୧୮ ମଧ୍ୟରେ ସମସ୍ତ ଫର୍ମାଟରେ ୧ଣ୍ଟି ଇଣ୍ଟରନେସନାଲ ମ୍ୟାଚରେ ବାଂଲାଦେଶର ପ୍ରତିନିଧିତ୍ୱ କରିଥିଲେ। ବାଂଲାଦେଶ କ୍ରିକେଟ ବୋର୍ଡ ପ୍ରେସ ରିଲିଜରେ କହିଛି ଯେ, ୭ ଏପ୍ରିଲ ୨୦୨୫ରେ ସେ ଅଫିସିଆଲ ଭାବେ କ୍ରିକେଟ ଖେଳିପାରିବେ।
Nasir Hossain is back in Cricket
Join with us on WhatsApp- https://t.co/vKapbDXbIH#DPL2025 pic.twitter.com/IMCEbyqHnv
— bdcrictime.com (@BDCricTime) April 7, 2025
ବୋର୍ଡ କହିଛି ଯେ, ପ୍ରତିବନ୍ଧର ସର୍ତଗୁଡ଼ିକ ଅନୁସାରେ, ନାସିର ହୁସେନ ବର୍ତ୍ତମାନ ଦୁର୍ନୀତି ନିବାରଣ ଶିକ୍ଷା ଅଧିବେଶନକୁ ପୂରା କରିବା ସମେତ ସମସ୍ତ ଆବଶ୍ୟକତାକୁ ପୂରା କରିଛନ୍ତି।