ୱକଫ ଜମିରେ ନିର୍ମାଣ ହୋଇଛି କି ମୁକେଶ ଅମ୍ବାନୀଙ୍କ ସବୁଠୁ ଦାମୀ ଘର ଆଣ୍ଟିଲିଆ! ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
ମୁକେଶ ଅମ୍ବାନୀଙ୍କ ସବୁଠୁ ଦାମୀ ଘର ଆଣ୍ଟିଲିଆ ନିର୍ମାଣ ହୋଇଛି ୱକଫ୍ ଜମିରେ, ଜାଣନ୍ତୁ ମାମଲା
ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ପୁଣି ଥରେ ଚର୍ଚ୍ଚାକୁ ଆସିଚି। ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠୁ ମହଙ୍ଗା ଘର ମଧ୍ୟରୁ ଅନ୍ୟତମ।
ଏହାକୁ ୧୫୦୦୦ କୋଟି ଟଙ୍କାରେ ନିର୍ମାଣ କରାଯାଇଛି। ହେଲେ ଚଳିତ ଥର ଘରର ଚର୍ଚ୍ଚା ଟଙ୍କା ବା ଅମ୍ବାନୀଙ୍କୁ ନେଇ ନୁହେଁ, ବରଂ ୱକଫକୁ ନେଇ କରାଯାଇଛି। ଦାବି କରାଯାଉଛି ଯେ, ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ୱକଫ୍ର ଜମି ଉପରେ ନିର୍ମାଣ ହୋଇଛି। ହେଲେ ଏହି କଥାରେ କେତେ ସତ୍ୟତା ଅଛି, ଆସନ୍ତୁ ଜାଣିବା..
ସଂପୂର୍ଣ୍ଣ ମାମଲା: ୨୦୦୨ ମସିହାରେ ମୁକେଶ ଅମ୍ବାନୀ ୱକଫ ବୋର୍ଡରୁ ପ୍ରାୟ ୨୧ କୋଟି ଟଙ୍କାରେ ସାଢେ ଚାରି ଲକ୍ଷ ବର୍ଗଫୁଟର ଏକ ପ୍ଲଟ କିଣିଥିଲେ। ୨୦୦୫ରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା।
ସେତେବେଳେ ମହାରାଷ୍ଟ୍ର ୱକଫ ବୋର୍ଡ ପକ୍ଷରୁ ଏହି କଥା କୁହାଯାଇଥିଲା। ସେହି ସମୟରେ ଯେଉଁ ଚୁକ୍ତି ହୋଇଥିଲା ସେହି ସମୟର ଚେୟାରମୟାନ ଏବଂ ସିଇଓ ସାମିଲ ଥିଲେ।
ଏହି ଚୁକ୍ତି ୱକଫ୍ ବୋର୍ଡର ଜମିର ଦାବି କାରଣରୁ ସେହି ସମୟରେ ବିବାଦରେ ଆସିଥିଲା। ମହାରାଷ୍ଟ୍ର ବିଧାନସଭାରେ ଜାରି କରାଯାଇଥିବା ସେହି ରିପୋର୍ଟରେ କୁହାଯାଇଥିଲା ଯେ, ୧୯୮୬ରେ କରୀମ ବାଇ ଇବ୍ରାହିମ ଧାର୍ମିକ ଶିକ୍ଷା ଏବଂ ଅନାଥଆଶ୍ରମ କରିବା ଲାଗି ୱକଫ ବୋର୍ଡକୁ ଦେଇଥିଲେ, ଯାହାକୁ ବୋର୍ଡ ଅମ୍ବାନୀଙ୍କୁ ବିକ୍ରି କରିଦେଇଥିଲା।