ଗୋମାତାଙ୍କ ସହ ଦୁଷ୍କର୍ମ, ଭିଡିଓ ଭାଇରାଲ ପରେ ହଇଚଇ,୨ ଗିରଫ
ଗାଈଙ୍କ ସହ ଦୁଷ୍କର୍ମ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ୨ ଯୁବକଙ୍କୁ ବାନ୍ଧିଲା ପୋଲିସ।
ଇନ୍ଦୋର: ଅମଣିଷ ପାଲଟିଯାଉଛି ମଣିଷ। ଭୁଲିଯାଉଛି ନିଜର ହିତାହିତ ଜ୍ଞାନ। ଏହି ଅମଣିଷ ସାଜିଥିବା ମଣିଷ ଆଗରେ ବଳି ପଡ଼ିଯାଉଛନ୍ତି ମଣିଷ ଏବଂ ପଶୁ। ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଛି। ଆଉ ଏହି ଦୁଷ୍କର୍ମକାରୀ ଏବେ ଏତେ ତଳକୁ ଖସିଯାଇଛନ୍ତି କି ନିଜ କାମାନାର ଶୋଷ ମେଣ୍ଟାଇବାକୁ ଶେଷରେ ଗୋମାତଙ୍କୁ ବି ଛାଡ଼ି ନାହାଁନ୍ତି ।
ମଧ୍ୟପ୍ରଦେଶରେ ଘଟିଛି ଏହି ଘଟଣା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିିଡିଓ ଭାଇରାଲ ପରେ ହିନ୍ଦୁ ସଂଗଠନ ଏବଂ ଗୋମାତାଙ୍କ ଦେଖାଶୁଣା କରୁଥିବା ସଂଗଠନ ଏହାର ତ୍ରୀବ ବିରୋଧ ପଦର୍ଶନ କରିଥିଲେ ।
ପ୍ରଥମ ଘଟଣା ଇନ୍ଦୋର ସହରରେ ଘଟିଥିଲା । ଜଣେ ବ୍ୟକ୍ତି ଗୋମାତାଙ୍କ ସହ ଦୁଷ୍କର୍ମ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ପରେ ଏହାକୁ ବିରୋଧ ପଦର୍ଶନ କରାଯାଇଥିଲା ।
ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ ବିଜୟ ଅହରିବାର । ଇନ୍ଦୋର ଏକ କମ୍ପାନୀରେ ଚାକିରି କରୁଥିଲେ । ଇନ୍ଦୋର ପୋଲିସ ପକ୍ଷରୁ କୁହାଯାଇଛି କି ଅଭିଯୁକ୍ତଙ୍କ ବିରୋଧରେ ପଶୁଙ୍କ ପ୍ରତି ଅତ୍ୟାଚାର କରୁଥିବାର ମାମଲା ଲାଗିଛି ।
ସେହିପରି ଦ୍ୱିତୀୟ ଘଟଣାଟି ମନ୍ଦସୋର ଜିଲ୍ଲାର ଅଫଜଲପୁର ଥାନା ନିକଟରେ ଥିବା ଗାଁରେ ଘଟିଛି । ଏହି ଅଭିଯୁକ୍ତ ତାଙ୍କ ସମ୍ପର୍କୀୟଙ୍କ ଗୁହାଳରେ ପଶି ଗାଈ ସହ ଦୁଷ୍କର୍ମ କରିଥିଲା ।
ଏହି କୁକର୍ମର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ଅଭିଯୁକ୍ତ । ଯାହା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।