ବାଲିଯାତ୍ରା ପଡ଼ିଆରୁ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ, ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ପ୍ରାରମ୍ଭିକ ଅବସ୍ଥାରେ ୧୩ ଜିଲ୍ଳାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା । ବାଲିଯାତ୍ରା ପଡ଼ିଆରେ ହେବ ବଡ଼ ଆୟୋଜନ ।

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୧ ତାରିଖରେ କଯକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେବେ । କଟକକୁ ଛାଡ଼ି ଆଉ ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତର ଶୁଭାରମ୍ଭ ଉତ୍ସବ ହେବ ।

କାର୍ଯକ୍ରମରେ ମନ୍ତ୍ରୀମାନେ ଯୋଗ ଦେଇ ରାଜ୍ୟରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।

କଟକ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପଭାତି ପରିଡ଼ା, କେଭି ସିଂହଦେବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ ହେବେ ।

କେନ୍ଦ୍ରାପଡ଼ାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼ରେ ସୁରେଶ ପୂଜାରୀ, ନବରଙ୍ଗପୁରରେ ରବିନାରାୟଣ ନାୟକ, କୋରାପୁଟରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ପୃଥ୍ୱିରାଜ ହରିଚନ୍ଦନ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ମୟୂରଭଞ୍ଜରେ ଡା. କୃଷ୍ଣଚନ୍ଦ୍ର ପାତ୍ର, ପୁରୀରେ ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧାରେ ପ୍ରଦୀପ ବଳ ସାମନ୍ତ, କେନ୍ଦୁଝରରେ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ୱାଇଁ ଅତିଥି ଭାବେ ଯୋଗ ଦେବେ ।