ପଡ଼ିବ ହନୁମାନଙ୍କ କୃପା, ଏହି ରାଶିରେ ହେବ ଧନ ବର୍ଷା
ଏହି ବର୍ଷ ହନୁମାନ ଜୟନ୍ତୀ ଠାରୁ ୫ ରାଶିଙ୍କ ଉପରେ କୃପା କରିବେ ହନୁମାନ । ଏହି ରାଶିର ବ୍ୟକ୍ତିଙ୍କ ସୁଧୁରିବ ଆର୍ଥିକ ସ୍ଥିତି, ହେବ ଧନବର୍ଷା ।
ନୂଆଦିଲ୍ଲୀ: ପାଖେଇ ଆସୁଛି ହନୁମାନ ଜୟନ୍ତୀ। ଦେଶରେ ପ୍ରତିବର୍ଷ ହନୁମାନ ଜୟନ୍ତୀକୁ ଧୁମ୍ ଧାମରେ ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଅନୁମାନ ଜୟନ୍ତୀ ଚୈତ୍ର ଶୁକ୍ଲ ପୂର୍ଣ୍ଣିମା ଦିନ ଭଗବାନ ହନୁମାନଙ୍କ ଜନ୍ମ।
ଯାହାଙ୍କୁ ଅଞ୍ଜନୀ ପୁତ୍ର ନାମରେ ମଧ୍ୟ ଜଣାଯାଏ। ଏହି ଶୁଭ ତିଥିକୁ ଦେଶରେ ବଡ଼ ଧୁମଧାମରେ ପାଳନ କରାଯାଏ। ଏହି ବର୍ଷ ହନୁମାନ ଜୟନ୍ତୀ ଠାରୁ ୫ ରାଶିଙ୍କ ଉପରେ କୃପା କରିବେ ହନୁମାନ। ଏହି ରାଶିର ବ୍ୟକ୍ତିଙ୍କ ସୁଧୁରିବ ଆର୍ଥିକ ସ୍ଥିତି, ହେବ ଧନବର୍ଷା।
ମେଷ: ହନୁମାନ ଜୟନ୍ତୀ ପରଠାରୁ ମେଷ ରାଶିର ଭାଗ୍ୟ ଖୋଲିବ। ଏହି ଦିନ ଆପଣଙ୍କୁ ସଫଳତା ମିଳିବ। ଏଥିରେ ପରିବାର ଲୋକଙ୍କ ମଧ୍ୟ ସଂପୂର୍ଣ୍ଣ ସମର୍ଥନ ମିଳିବ। ଏହି ଦିନରୁ କିଛି ନୂଆ କାମର ଆରମ୍ଭ କରିପାରିବେ ଏହି ରାଶିର ବ୍ୟକ୍ତି।
ଯାହା ଆପଣଙ୍କୁ ଲାଭ ଦେବ। ଏହା ସହ ଅଟକି ରହିଥିବା କାମ ମଧ୍ୟ ପୁରଣ ହେବ। ହନୁମାନଙ୍କ କୃପା ଦୃଷ୍ଟି ପଡ଼ିବ ଆପଣଙ୍କ ଉପରେ । ଏହି ଦିନରେ ନୀଳ ରଙ୍ଗର ପୋଷାକ ପରିଧାନ କଲେ ଶୁଭ ।
ସିଂହ: ହନୁମାନ ଜୟନ୍ତୀ ଅବସରରେ ସିଂହ ରାଶି ବ୍ୟକ୍ତିଙ୍କ କ୍ୟାରିୟରରେ କିଛି ବଡ଼ ଧରଣର ପରିବର୍ତ୍ତନ ଘଟିବ। ଆପଣଙ୍କୁ ସାବଧାନର ସହ ନିଷ୍ପତି ନେବାକୁ ପଡ଼ିବ। କାରଣ ଏହି ନିଷ୍ପତି ଆପଣଙ୍କ ଉନ୍ନତିରେ ବଡ଼ ଧରଣ ପ୍ରଭାବ ପକେଇବ। ହନୁମାନଙ୍କ କୃପାରୁ ଆପଣଙ୍କୁ ସାହସ ଆସିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିବ।
କନ୍ୟା: ହନୁମାନ ଜୟନ୍ତୀରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଧାରା ବଦଳିଯିବ। ନୂଆ ସ୍ଥାନରେ ଚାକିରି ପାଇପାରନ୍ତି। କରୁଥିବା କର୍ମକ୍ଷେତ୍ରରେ ମଧ୍ୟ ପ୍ରଶଂସା ଅର୍ଜନ କରିବେ। ସହକର୍ମୀ ମଧ୍ୟ ଅପାଣଙ୍କୁ ସମ୍ମାନ କରିବେ।
ଆର୍ଥିକ ସ୍ଥିତି ଠିକ୍ ରହିବ। କିନ୍ତୁ କିଛି ବଡ଼ ନିବେଶ କିମ୍ବା ଟଙ୍କା ଦେବା ନେବା ପରିସ୍ଥିତିରେ ସାବଧାନୀ ଅବଲମ୍ବନ କରନ୍ତୁ। ଏହି ବିଶେଷ ଦିନରେ ଆପଣ ମେରୁନ ରଙ୍ଗର ପୋଷାକ ପିନ୍ଧନ୍ତୁ ।
ଧନୁ: ହନୁମାନ ଜୟନ୍ତୀରୁ ଧନୁ ରାଶିକୁ ଆସିବ ଧନ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ହେବ। ଆର୍ଥିକ ପରିସ୍ଥିତିରେ ଅନେକ ସୁଧାର ଆସିବ। ଯାହା ଆପଣଙ୍କୁ ଆଗକୁୂ ବଢ଼ିବାରେ ସାହାଯ୍ୟ କରିବ।
କ୍ୟାରିୟର କ୍ଷେତ୍ରରେ ଅନେକ ନୂଆ କାମ ମିଳିବ। ଖାଇବା ପିଇବା ଠିକ୍ ରଖନ୍ତୁ। ଏହି ରାଶିର ବ୍ୟକ୍ତିଙ୍କ ଶରୀର ସୁସ୍ଥ ରହିବ। ଏହି ଦିନ ବାଇଗଣୀ ରଙ୍ଗର ପୋଷାକ ଏହି ରାଶିର ବ୍ୟକ୍ତି ପରିଧାନ କରନ୍ତୁ।
କୁମ୍ବ: ଅଚାନ ହେବ ଧନବର୍ଷା। ହନୁମାନ ଜୟନ୍ତୀ ପରଠାରୁ ଏହି ରାଶିଙ୍କ ଭାଗ୍ୟ ଖୋଲୁଛି। ଅଚାନକ ହେବ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନବର୍ଷା। ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରି ଏବଂ ବେପାର କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ। ଆଗକୁ ବଢ଼ିବାକୁ ଲୋକେ ସହଯୋଗ କରିବେ।
କୌଣସି ବଡ଼ କାମ ପ୍ରୋଜେକ୍ଟର ପ୍ରସ୍ତାବ ମିଳିପାରେ । ଯାହା ପାଇଁ ବୁଝିବିଚାରି ନିଷ୍ପତି ନେବା ଆବଶ୍ୟକ। ପରିବାର ଏବଂ ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ। ସବୁଜ ରଙ୍ଗ ଆପଣଙ୍କ ପାଇଁ ଭାଗ୍ୟଶାଳି ପ୍ରମାଣିତ ହେବ।