ନୂଆ ଗୋଲ୍ଡ ନିୟମରେ ବଡ଼ ପରିବର୍ତ୍ତନ. କ’ଣ ପକାଇବ ପ୍ରଭାବ

ଗୋଲ୍ଡ ଲୋନ୍ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା।

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ୍ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । କହିଛନ୍ତି ସେଂଟ୍ରାଲ ବ୍ୟାଙ୍କ ଗୋଲ୍ଡ ଲୋନର ଗାଇଡଲାଇନକୁ ସମୀକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ସୁନା ଅଳଙ୍କାର ବନ୍ଧା ରଖି ଟଙ୍କା ଦିଆଯାଏ। ଆରବିଆଇ ପକ୍ଷରୁ କୁହାଯାଇଛି ଯେ ଗୋଲ୍ଡ ଲୋନ୍ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ନିୟମାନୁସାରୀ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଗତ କିଛି ମାସ ମଧ୍ୟରେ ସୁନା ଋଣରେ ଅନିୟମିତତା ଦେଖାଦେଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା।

ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ  ଆର୍ଥିକ ସଂସ୍ଥାଗୁଡ଼ିକୁ ସେମାନଙ୍କ ନୀତି ଓ ପ୍ରକ୍ରିୟାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିବର୍ତ୍ତନ ସୁନା ଋଣର ମୂଲ୍ୟାଙ୍କନ, ଋଣ-ମୂଲ୍ୟ ଅନୁପାତ, ଏବଂ ନିଲାମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇପାରେ।

ଏହି ଘୋଷଣା ପରେ ଗୋଲ୍ଡ ଲୋନ୍ କ୍ଷେତ୍ରରେ ମୁଥୁଟ ଫାଇନାନ୍ସ ଏବଂ ମଣପୁରମ ଫାଇନାନ୍ସ ଭଳି କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ମୁଥୁଟର ଶେୟାର ୬ ପ୍ରତିଶତ ପର୍ଯ୍ୟନ୍ତ ଖସି ପଡ଼ିଥିବା ସୂଚନା ମିଳିଛି।