ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗ; ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି କହିଲେ ପ୍ରଫୁଲ୍ଲ

ପାଣ୍ଡିଆନ ଆଗକୁ ଆସି ସ୍ପଷ୍ଟ କରିବା ଦରକାର କହିଲେ ପ୍ରଫୁଲ୍ଲ ମଲ୍ଲିକ ।

ଭୁବନେଶ୍ବର: ଜଳଜଳ ହୋଇ ଦିଶିଲା ବିଜେଡିର କନ୍ଦଳ । ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ।

ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି କହିଲେ ଯେ, ନାଲି ଆଖି କେହି କାହାକୁ ଦେଖାଇ ପାରିବେ ନାହିଁ । ଆମେ କେତେବେଳେ କେଉଁଠି ବସିବୁ ବ୍ୟକ୍ତିଗତ କଥା ।

ଆମେ ହୋଟେଲ୍‌ରେ ବସିପାରିବୁନି କହିବା ଠିକ୍‌ ନୁହେଁ । କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ ।

ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି ବୋଲି ଏକ ପ୍ରକାର ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି ।

ଅନ୍ୟପଟେ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସପକ୍ଷରେ ବାହାରି ତାଙ୍କୁ କ୍ଲିନଚିଟ୍ ଦେବା ପ୍ରସଙ୍ଗରେ ମଧ୍ୟ ବୟାନ ଦେଇଛନ୍ତି ପ୍ରଫୁଲ ମଲ୍ଲିକ । ପାଣ୍ଡିଆନ୍‌ଙ୍କୁ ନେଇ ନବୀନ ବାବୁ ସାମ୍ନାକୁ ଆସୁଛନ୍ତି । ନିଜେ ପାଣ୍ଡିଆନ୍‌ ଆଗକୁ ଆସି ସ୍ପଷ୍ଟ କରିବା ଦରକାର ବୋଲି କହିଛନ୍ତି ।

ପାଣ୍ଡିଆନ୍‌ ଫ୍ୟାକ୍ଟର୍‌କୁ କେହି ଗ୍ରହଣ କରୁନାହାନ୍ତି । ମୁଁ କିଛି ହସ୍ତକ୍ଷେପ କରୁନି ବୋଲି ପାଣ୍ଡିଆନ୍ କୁହନ୍ତୁ । ନବୀନ ପଟ୍ଟନାୟକ କାହିଁକି ପାଣ୍ଡିଆନଙ୍କୁ ଛାଡିପାରୁ ନାହାନ୍ତି ବୋଲି ଆଜି ବଡ ବୟାନ ଦେଇଛନ୍ତି ପ୍ରଫୁଲ ମଲ୍ଲିକ ।