Google Layoffs: ଏଥର ପିକ୍ସେଲ ଏବଂ କ୍ରୋମ କର୍ମଚାରୀଙ୍କ ପାଳି, ଗୁଗଲର ଛଟେଇ ଅଭିଯାନ ଜାରି
ଘାଟାରେ ଚାଲିଛି ଗୁଗଲ । କର୍ମଚାରୀଙ୍କୁ ବାହାରିବା ଆରମ୍ଭ କରିଛି ଏହି କମ୍ପାନୀ ।
ୱାଶିଂଟନ୍: ଗୁଗଲରେ ପୁଣିଥରେ ବଡ଼ ଧରଣର ଛଟେଇ ଅଭିଯାନ ଆରମ୍ଭ ହୋଇଛି । ଏଥର କ୍ରୋମ ଓ ପିକ୍ସେଲର କର୍ମଚାରୀଙ୍କ ପାଳି ପଡ଼ିଛି । ଶତାଧିକ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛି ବିଶ୍ୱର ସବୁଠୁ ଟେକ୍ ଜିଆଣ୍ଟ ଗୁଗଲ ।
ଟ୍ରିମିଂ ଏବଂ ଡିଭାଇସ୍ ୟୁନିଟରୁ ଗୁଗଲ ଏହି ଛଟେଇ କରିବା ଆରମ୍ଭ କରିଛି । ଗତ କିଛିଦିନ ହେବ ଗୁଗଲ ପିକ୍ସେଲର ଚାହିଦା କମିଥିବାବେଳେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ିଛି ।
ଫେବୃଆରୀରେ ପ୍ରକାଶ ପାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଗୁଗଲ କ୍ଲାଉଡ୍ ସର୍ଭିସରୁ ଛଟେଇ କରିଥିବା ଖବର ପ୍ରକାଶ ପାଇଥିଲା । ସେହିପରି ଜାନୁଆରୀ ୨୦୨୩ରେ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ୧୨,୦୦୦ ର୍କମଚାରୀଙ୍କ ଛଟେଇ ନେଇ ବଡ଼ ଘୋଷଣା କରିିଥିଲା । ଯାହା ବିଶ୍ୱବ୍ୟାପୀ ଗୁଗଲରେ କାର୍ଯ୍ୟରତ କର୍ମଚାରୀଙ୍କ ୬% ଥିଲା ।
ଚଳିତ ବର୍ଷ ଜାନୁଆରୀରେ ଗୁଗଲ ଛଟେଇକୁ ବିରୋଧ କରି ଆମେରିକା ଓ କାନାଡାରେ କିଛି କର୍ମଚାରୀ ପିଟିଶନ ଦାଖଲ କରିଥିଲେ । ପାଖାପାଖି ୧୨୫୦ କର୍ମଚାରୀଙ୍କ ହସ୍ତଖତ ଏଥିରେ ଥିଲା ।