ଥାନା ନିକଟରୁ ମିଳିଲା ଯୁବକଙ୍କ ଗଳାକଟା ମୃତଦେହ, ପୋଲିସର ଛାନଭିନ୍ ଜାରି

ରାଉରକେଲା: ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ମିଳିଛି । ରାଉରକେଲା ରଘୁନାଥପାଲି ଥାନା ଏସଟିଆଇ ଛକ ନିକଟରୁ ମୃତଦେହ ଠାବ କରାଯାଇଛି ।

ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ବୃତ୍ତ ଗଳାକାଟି ଯୁବକଙ୍କ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଥିବାବେଳେ ସ୍ଥାନୀୟ ପୋଲିସ ଯୁବକଙ୍କ ପରିଚୟ ସନ୍ଧାନ କରୁଛି ।