ଏଣିକି Teenagersଙ୍କ ପାଇଁ ଆହୁରି ସୁରକ୍ଷିତ ହେବ ଇନଷ୍ଟାଗ୍ରାମ, ମାଆ-ବାପାଙ୍କ ଚିନ୍ତା ହେବ ଦୂର

କିଶୋର-କିଶୋରୀଙ୍କ ପାଇଁ ଆହୁରି ସୁରକ୍ଷିତ ହେବ ଇନଷ୍ଟାଗ୍ରାମ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ଏବଂ କିଶୋର-କିଶୋରୀ ମାନେ ସୋସିଆଲ ମିଡିଆ ବହୁତ ବ୍ୟବହାର କରୁଛନ୍ତି। ହେଲେ ଏଥିରେ ଅନେକ ବିପଦ ମଧ୍ୟ ରହିଛି।

ମାଆ-ବାପା ସର୍ବଦା ଭାବନ୍ତି ଯେ, ପିଲାମାନେ ଅନଲାଇନରେ ସୁରକ୍ଷିତ ରୁହନ୍ତୁ। ଏଭଳି ଚିନ୍ତାକୁ ଦୂର କରିବା ଲାଗି ଇନଷ୍ଟାଗ୍ରାମ ଏକ ନୂଆ ସୁବିଧା ଆରମ୍ଭ କରିଛି।

ଇନଷ୍ଟାଗ୍ରାମ କିଶୋର-କିଶୋରୀଙ୍କ ପାଇଁ ନିଜ ପ୍ଲାଟଫର୍ମକୁ ଆହୁରୀ ବି ସୁରକ୍ଷିତ କରିବା ଦିଗରେ ଏକ ପଦକ୍ଷେପ ଗ୍ରହଣ କରିଛି। ମେଟା “ଟିନେଜ୍ ଆକାଉଣ୍ଟସ” ନାମକ ସୁବିଧାର ଘୋଷଣା କରିଛି। ଯେଉଁଥିରେ ଭାରତ ସମେତ ଅନେକ ଦେଶରେ ଟିନଏଜର୍ସଙ୍କ ପାଇଁ ଆରମ୍ଭ କରାଯାଇଛି।

ଏହାର ଉଦ୍ଦେଶ୍ୟ ଟିନଏଜର୍ସଙ୍କ ସୁରକ୍ଷିତ ଡିଜିଟାଲ ଅନୁଭବ ଦେବ ଏବଂ ମାଆ-ବାପାଙ୍କ ଦାୟିତ୍ୱକୁ କମ କରିବ। ମେଟାର ଗ୍ଲୋବାଲ ପବ୍ଲିକ ପଲିସି ଡାଇରେକ୍ଟର ତାରା ହପକିନ୍ସ ଅନୁଯାୟୀ, ୧୮ ବର୍ଷରୁ କମ ବୟସର ସମସ୍ତ ୟୁଜର୍ସଙ୍କୁ ଇନଷ୍ଟାଗ୍ରାମରେ ସବୁୁଠୁ ଷ୍ଟ୍ରଙ୍ଗ ସେଟିଙ୍ଗସରେ ରଖାଯିବ।

ଏଥିରେ ଏହା ମଧ୍ୟ ଧାର୍ଯ୍ୟ ହୋଇଛି ଯେ, ଟିନଏଜର୍ସଙ୍କୁ କିଏ ମେସେଜ ପଠାଇପାରିବ ଏବଂ କେଉଁ କଣ୍ଟେଣ୍ଟ ସେମାନେ ଦେଖିପାରିବେ ଏବଂ କେତେ ସମୟ ଆପରେ ରହିପାରିବେ। ଏଥିସହ ତାରି ୧୦ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ନୋଟିଫିକେସନ ମ୍ୟୁଟ କରିଦିଆଯିବ।