ପଣା ସଂକ୍ରାନ୍ତି ଓ ନୂଆବର୍ଷ ଆରମ୍ଭରୁ କମିଲା ସୁନା ଦର
ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଓଡ଼ିଆ ନବବର୍ଷ ଆରମ୍ଭରୁ ଖସିଲା ସୁନା ରେଟ୍। ମଧ୍ୟବିତ୍ତଙ୍କ ପାଇଁ ଆଶ୍ୱସ୍ତି।
ଭୁବନେଶ୍ୱର: ଆପଣଙ୍କର ସୁନା କିଣିବାକୁ ଇଚ୍ଛା ଅଛିନା। ହେଲେ ଆଜିକାଲିର ସୁନା ଦର ଆକାଶ ଛୁଆଁ ହେବା ଦେଖି କିଣିବାକୁ ଇଚ୍ଛା ଥିଲେ ସୁଦ୍ଧା ଟିକେ ପଛଘୁଞ୍ଚା ଦେଉଛନ୍ତି। ହେଲେ ଏବେ ଆଉ ଡେରି କରନ୍ତୁନି। କାରଣ ଓଡ଼ିଆ ନୂଆବର୍ଷ ଆରମ୍ଭରୁ ସୁନା ରେଟ୍ କମିଛି।
ହଁ ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଯାହାକୁ ଆମ ଓଡ଼ିଆ ବର୍ଷର ନୂଆବର୍ଷ ବୋଲି ପାଳନ କରାଯାଏ। ତା ସହ ଆଜି ମଧ୍ୟ ହନୁମାନ ଜୟନ୍ତୀ। ଆଉ ଆଜି ଭଳି ଏକ ଶୁଭ ଦିନରେ କମିଛି ସୁନା ଦର। ଯାହା ସୁନା ପ୍ରେମୀଙ୍କ ପାଇଁ ଗୋଟେ ବୋହୁତ ବଡ଼ ଖୁସିର କଥା।
ଯଦି ଦେଖିବା କିଛି ଦିନ ପୂର୍ବରୁ ସୁନା ଦର ଖସୁଥିଲେ ମଧ୍ୟ ୪ରୁ୫ ଦିନ ହେବ ପୁଣିଥରେ ଲଗାତାର ଭାବରେ ବଢ଼ିବାରେ ଲାଗିଥିଲା ସୁନା ଓ ରୁପା ରେଟ୍। ହେଲେ ନୂଆବର୍ଷ ଆରମ୍ଭ ହେଉହେଉ କମିଗଲା ସୁନା ଦର। ତେଣୁ ଡେରି ନକରି ଦୋକାନକୁ ଯାଆନ୍ତୁ ଆଉ ସୁନା କିଣନ୍ତୁ।
ଏହାରି ଭିତରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଛି। ଆଉ ୨୪ କ୍ୟାରେଟ୍ ସୁନା ୧୬୦ ଟଙ୍କା କମିଛି। ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୬୭୦ ରହିଥିଲା।
ହେଲେ ଆସି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୧୬୦ ଟଙ୍କା ହ୍ରାସ ପାଇବା ସହ ୯୫,୫୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ଘଟି ୮୭,୭୦୦ ଟଙ୍କାରୁ ୮୭,୫୫୦ ଟଙ୍କାରେ ପହଞ୍ଚିଛି।