ଏତିକି ଟଙ୍କା ଜମା କଲେ ପାଇବେ ₹2,24,974ର ଫିକ୍ସ ସୁଧ, ଜାଣନ୍ତୁ ସ୍କିମର ଡିଟେଲ୍ସ

ପୋଷ୍ଟ ଅଫିସର ଧମାଲ ସ୍କିମ୍‌, ଏତିକି ଟଙ୍କା ଜମା କଲେ ମିଳିବ ୨ଲକ୍ଷ ୨୪ ହଜାର ୯୭୪ ଟଙ୍କାର ସୁଧ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ ହ୍ରାସ ପାଇବା ପରେ ଅନେକ ବ୍ୟାଙ୍କ ଏଫଡିର ସୁଧ ଦର ମଧ୍ୟ ହ୍ରାସ କରିଛନ୍ତି। ପୋଷ୍ଟ ଅଫିସ ଅର୍ଥାତ ଡାକଘର ଏପର୍ଯ୍ୟନ୍ତ ନିଜ ସେଭିଙ୍ଗସ ଯୋଜନାର ସୁଧ ଦରରେ କୌଣସି ହ୍ରାସ କରିନାହିଁ।

ତେବେ ଏଥିରେ ଅନ୍ୟ ବ୍ୟାଙ୍କ ତୁଳନାରେ ପୋଷ୍ଟ ଅଫିସର ସୁଧ ଦର ବର୍ତ୍ତମାନ ଆହୁରି ଆକର୍ଷଣୀୟ ହୋଇଯାଇଛି।

ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଏକ ଏଭଳି ଯୋଜନା ବିଷୟରେ କହିବୁ, ଯେଉଁଥିରେ ୫ ଲକ୍ଷ ଟଙ୍କା ଜମା କଲେ ଆପଣଙ୍କୁ ସିଧା ୨,୨୪.୯୭୪ ଟଙ୍କା ଫିକ୍ସ ସୁଧ ମିଳିବ।

୫ ଲକ୍ଷ ଜମା କଲେ ମ୍ୟାଚୁରିଟିରେ ମିଳିବ ଏତିକି ଟଙ୍କା: ପୋଷ୍ଟ ଅଫିସରେ ଟିଡି ଖାତା (ଟାଇମ୍ ଡିପୋଜିଟ୍‌) ଖୋଲାଯାଇଥାଏ। ପୋଷ୍ଟ ଅଫିସରେ ୧ ବର୍ଷ, ୨ ବର୍ଷ, ୩ ବର୍ଷ ଏବଂ ୫ ବର୍ଷର ସମୟର ଟିଡି ଆକାଉଣ୍ଟ ଖୋଲାଯାଇଥାଏ।

ଡାକଘର ନିଜ ଗ୍ରାହକଙ୍କୁ ୧ ବର୍ଷର ଟିଡି ଉପରେ ୬.୯ ପ୍ରତିଶତ, ୨ ବର୍ଷର ଟିଡିରେ ୭.୦ ପ୍ରତିଶତ। ୩ ବର୍ଷର ଟିଡିରେ ୭.୧ ପ୍ରତିଶତ ଏବଂ ୫ ବର୍ଷର ଟିଡିରେ ୭.୫ ପ୍ରତିଶତ ଏବଂ ୫ ବର୍ଷର ଟିଡିରେ ୭.୫ ପ୍ରତିଶତର ସୁଧ ମିଳୁଛି।

ଯଦି ଆପଣ ପୋଷ୍ଟ ଅଫିସରେ ୫ ବର୍ଷର ଟିଡିରେ ୫ ଲକ୍ଷ ଟଙ୍କା ଜମା କରୁଛନ୍ତି, ତେବେ ଆପଣଙ୍କ ମାଚ୍ୟୁରିଟିରେ ସମୁଦାୟ ୭,୨୪,୯୭୪ ଟଙ୍କା ମିଳିବ। ଏହି ରାଶିରେ ଆପଣଙ୍କ ନିବେଶ ୫,୦୦,୦୦୦ ଟଙ୍କା ବ୍ୟତୀତ ସୁଧ ୨,୨୪,୯୭୪ ଟଙ୍କା ସାମିଲ ରହିଛି।