ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଆରୁହା ଗ୍ରାମରେ ଅନୁଷ୍ଠିତ ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ବିରୋଧ କରିବା ସହ ପୂର୍ବତନ ବିଧାୟକଙ୍କ ଗାଡିକୁ ଆକ୍ରମଣ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । ଏହାକୁ ନେଇ ପୂର୍ବତନ ବିଧାୟକ ଯାଜପୁର ପୋଲିସକୁ ଦାୟୀ କରିବା ସହ ଏଥିରେ ବିଧାୟକଙ୍କ ସମର୍ଥକ ମାନେ ଏସବୁ କରାଇଛନ୍ତି ବୋଲି କହିଥିଲେ । ଏ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଘଟଣାକୁ ନେଇ ଯାଜପୁର ଏସ୍ଡ଼ିପିଓ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଲବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।