ପ୍ରକାଶ ପାଇଲା ଏକାଡେମିକ୍ କ୍ୟାଲେଣ୍ଡର, ମେ 6ରୁ ଖରା ଛୁଟି

ମେ 6 ତାରିଖରୁ ଜୁନ୍ 19 ତାରିଖ ଯାଏଁ ଖରା ଛୁଟି ।

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି ।

ତେବେ ନୂଆ କ୍ୟାଲେଣ୍ଡର ଅନୁସାରେ, ମେ 6 ତାରିଖରୁ ଜୁନ୍ 19 ତାରିଖ ଯାଏଁ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ । ଚଳିତ ଶିକ୍ଷାବର୍ଷରେ 52ଟି ରବିବାର ରହିଛି । ସେହିପରି 80ଟି ପୂଜା ଛୁଟି ରହିଛି । ଅତିରିକ୍ତ 2 ଟି ଛୁଟି ମଧ୍ୟ ରଖାଯାଇଛି ।

ଅନ୍ୟପଟେ ଶିକ୍ଷକମାନେ 231 ଦିନ ସ୍କୁଲ ଆସିବେ । ତେବେ ଏହି ନୂଆ କ୍ୟାଲେଣ୍ଡରକୁ ପୂରଣ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଯଦି କାର୍ଯ୍ୟଦିବସ ବିଷୟରେ କହିବାକୁ ଗଲେ ଏପ୍ରିଲ 22ଟି କାର୍ଯ୍ୟଦିବସ ରହିଥିବା ବେଳେ ମେରେ 4ଟି, ଜୁନରେ 8ଟି, ଜୁଲାଇରେ 26 ଏବଂ ଅଗଷ୍ଟରେ 22ଟି ଲେଖାଏଁ କାର୍ଯ୍ୟଦିବସ ରହିଛି ।

ସେପ୍ଟେମ୍ବର ମାସରେ 23, ଅକ୍ଟୋବରରେ 20, ନଭେମ୍ବରରେ 21, ଡିସେମ୍ବରରେ 18, ଜାନୁଆରୀରେ 23, ଫେବୃଆରୀରେ 24 ଏବଂ ମାର୍ଚ୍ଚରେ 22ଟି ଲେଖାଏଁ କାର୍ଯ୍ୟଦିବସ ରହିଛି ।