Breaking: ନର୍ସଙ୍କୁ ପିଟିପିଟି ହତ୍ୟା! ସ୍ୱାମୀ ଅଟକ

ନର୍ସଙ୍କ ଉପରେ ଅତ୍ୟାଚାର। ପିଟିପିଟି ମାରି ଦେଇଥିବା ଅଭିଯୋଗ।

ପାଟଣାଗଡ଼: ନର୍ସଙ୍କୁ ପିଟିପିଟି ମାରିଦେଲେ! ଯିଏ ଦିନେ ହସ୍ପିଟାଲରେ ଅନେକ ରାଗୀଙ୍କ ସେବା କରି ସେମାନଙ୍କୁ ଭଲ କରୁଥିଲା। ଆଜି ସେହି ନର୍ସ ହସ୍ପିଟାଲରେ ମରି ପଡିଛି। ନୃଶଂସ ଲୋକ ନର୍ସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ନେହେନାବନ୍ଧ ଗାଁରେ। ଉକ୍ତ ଗାଁରେ ଜଣେ ନର୍ସଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନର୍ସଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି।

ବାପଘର ଲୋକଙ୍କ ଅଭିଯୋଗ ନର୍ସଙ୍କ ଶ୍ୱଶୁର ଘର ଲୋକ ଝିଅକୁ ପିଟିପିଟି ହତ୍ୟା କରିଛନ୍ତି। ନର୍ସ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇ ଥିବାବେଳେ ନର୍ସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଭିଯୋଗ ଆଧାରରେ ନର୍ସଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି। ମୃତ ନର୍ସ ବରଗଡ଼ ଜିଲ୍ଲା ପଦମପୁର ହସ୍ପିଟାଲରେ କାମ କରୁଥିଲେ। ହେଲେ ତାଙ୍କର ମୃତ୍ୟୁର କାରଣ ସଠିକ୍ ଭାବରେ ଜଣା ପଡିନଥିବା ବେଳେ, ବାପଘର ଲୋକ ଝିଅର ଶାଶୁଘରଲୋକଙ୍କ ଉପରେ ଅଭିଯୋଗ କରିଛନ୍ତି।