BREAKING: ୩ ଦିନ ରାଜ୍ୟରେ କାଳବୈଶାଖୀ, ୨୩ରେ ହେବ ପାଗରେ ପରିବର୍ତ୍ତନ

ଆହୁରି ତିନି ଦିନ ଲାଗି ରହିବ କାଳବେଶାଖୀ ବର୍ଷା। ୨୨ ତାରିଖ ଯାଏଁ ବର୍ଷା ନେଇ ସର୍ତକତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ।

ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ଲାଗି ରହିବ କାଳବେଶାଖୀ ବର୍ଷା। ୨୨ ତାରିଖ ଯାଏଁ ବର୍ଷା ନେଇ ସର୍ତକତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ।

ବର୍ତମାନ ରାଜ୍ୟରେ ଉପରେ ଦୁଇଟି ଟ୍ରପ ଲାଇନ୍ ନିମ୍ନ ଚାପ ରେଖା ସକ୍ରିୟ ରାହିଛି ଯାହାର ପ୍ରଭାବରେ ବର୍ଷା ହେଉଛି।

୨୪ ଘଣ୍ଟାରେ ୬ ଜିଲ୍ଲାକୁ ବର୍ଷା ନେଇ ସର୍ତକତା ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବର୍ଷା ସହ ୫୦ରୁ ୬୦ ବେଗରେ ପବନ ବହିବା ଆଶଙ୍କା ରହିଛି। ଆଗାମୀ ୩ ଦିନ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଅଧିକାଂଶ ସ୍ଥାନରେ ହେବ।

୨ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।