BREAKING: ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ, ରହିବ ଅନେକ ଚ୍ୟାଲେଞ୍ଜ
ବୀନଙ୍କ ବ୍ୟତିତ ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି ।
ଭୁବନେଶ୍ୱର: ଆଜି ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତିତ ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି ।
ତେବେ ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ଆଗରେ ଏଥର ଅନେକ ଚ୍ୟାଲେଞ୍ଜ । ୨୪ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ସିଟରେ ରହିଥିବା ବେଳେ ସଭାପତି ଭାବେ ନବୀନଙ୍କୁ ଏକାସାଙ୍ଗରେ ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡିବ ।
ନିର୍ବାଚନ ପରାଜୟ ପରେ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷ ୱକଫ୍ ଭୋଟ୍ ପରେ ବଡ଼ ରୂପ ନେଇଛି ।
ଦଳ ଭିତରେ ବରିଷ୍ଠ ନେତା ପରୋକ୍ଷ ତଥା ପ୍ରତ୍ୟକ୍ଷରେ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତ ବାହାରେ ଭୋଟର ଓ ଦଳୀୟ କର୍ମୀ ବି ଦୋଛକିରେ ରହିଛନ୍ତି ।
ଧର୍ମନିରପେକ୍ଷତା ଓ ସାମାଜିକ ସୁରକ୍ଷା ଦଳର ଆଭିମୁଖ୍ୟ ରହି ଆସିଥିବା ବେଳେ ୱକଫ୍ ଭୋଟ୍ ଏଥିରେ ପ୍ରଶ୍ନ ଚିହ୍ନ ଲଗାଇଛି ।