ଓଡ଼ିଶାରେ ଶକ୍ତିକାନ୍ତ ଦାସ, କେନ୍ଦୁଝର ଯାଇ କଲେ ମାଆ ତାରିଣୀଙ୍କ ଦର୍ଶନ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ

କେନ୍ଦୁଝର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ। ସେ ଗତକାଲି ଆସି ଓଡ଼ିଶାରେ ପହଞ୍ଚିଥିଲେ।

ଆଜି କେନ୍ଦୁଝର ଘଟଗାଁ ଯାଇ ମା’ ତାରିଣଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ ଦାସ। ଶକ୍ତିକାନ୍ତଙ୍କ ଗସ୍ତକୁ ନେଇ ଘଟଗାଁ ତାରିଣୀ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା।

ଆସନ୍ତା ୨୦ ଅର୍ଥାତ କାଲି ପର୍ଯ୍ୟନ୍ତ ଓଡ଼ିଶାରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ।

ପିଏମଓଙ୍କ ଟପ୍ ଅଫିସରଙ୍କ ଏକକାଳିନ ଓଡ଼ିଶା ଗସ୍ତକୁ ନେଇ ନାନା ଚର୍ଚ୍ଚା ବଢ଼ିଛି। ପିଏମଓଙ୍କ ଅନ୍ୟତମ ସଚିବ ପିକେ ମିଶ୍ର ମଧ୍ୟ ଓଡ଼ିଶାରେ ଅଛନ୍ତି।