Breaking: ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି : ବିଜୁଳି, ଘଡ଼ଘଡ଼ି ସହ ହେବ କୁଆପଥର ବର୍ଷା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏ ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ।

୧ ମାର୍ଚ୍ଚରୁ ୧୯ ଏପ୍ରିଲ ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକ ବର୍ଷା ୩୮.୯ ମିମି ତୁଳନାରେ ୬୦.୫୫ ମିମି ବର୍ଷା ରେକର୍ଡ କରାଯାଇଛି ।

ଯାହାକି ସ୍ୱାଭାବିକ ଠାରୁ ୫୫% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେବେ ଆଜି ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ କରାଯାଇଛି ।

୨୧ ତାରିଖଠାରୁ ରାଜ୍ୟରେ କାଳବୈଶାଖୀ କମି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ସକାଳୁ ଢେଙ୍କାନାଳ, ଜଗତସିଂହପୁର ଏବଂ ପୁରୀରେ ବର୍ଷା ହୋଇସାରିଛି ।

ଟ୍ୱିନସିଟିରେ ପାଗ ମେଘୁଆ ରହିଛି । ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ବର୍ଷା ସାଙ୍ଗକୁ ବିଜୁଳି, ଘଡଘଡି ହେବ । ଯେଉଁ କାରଣରୁ ଘରୁ ବାହାରକୁ ନ ବାହାରିବା ପାଇଁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ମୌସୁମୀ ବର୍ଷା ଜୁନ୍ ୧ରେ କେରଳ ଛୁଇଁବାକୁ ଥିବାବେଳେ ଚଳିତ ବର୍ଷ ଦେଶରେ ଅଧିକ ମୌସୁମୀ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।