ମୁକେଶ ଅମ୍ବାନୀଙ୍କର ପ୍ରତିଦିନ ରୋଜଗାର ଶୁଣି ଆପଣଙ୍କର ଉଡ଼ିଯିବ ହୋସ, ପ୍ରତି ଘଣ୍ଟାରେ ହୁଏ କୋଟି କୋଟିର ଲାଭ

ଜାଣନ୍ତୁ ମୁକେଶ ଅମ୍ବାନୀ ଗୋଟିଏ ଦିନରେ କେତେ ଟଙ୍କା କରନ୍ତି ରୋଜଗାର

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ ଡାଇରେକ୍ଟର ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି। ୧୯ ଅପ୍ରେଲରେ ସେ ନିଜର ୬୮ତମ ବାର୍ଥଡେ ସେଲିବ୍ରେସନ କରିଛନ୍ତି।

ଗତ ଏକ ଦଶନ୍ଧିରେ ମୁକେଶ ଅମ୍ବାନୀଙ୍କ ସମୁଦାୟ ସଂପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ଏଠାରେ ୨୦୨୦ରେ ହାରାହରି ୩୬ ବିଲିୟନ ଡାଲରରୁ ଆରମ୍ଭ ହୋଇ ୨୦୨୪ ପର୍ଯ୍ୟନ୍ତ ବଢି ୧୧୪ ବିଲୟନ ଡଲାରରୁ ଅଧିକ ହୋଇଯାଇଛି। ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟଏଲ ମଧ୍ୟ ସାରା ଦୁନିଆରେ ବୃଦ୍ଧିକୁ ଜାରି ରଖିଛି।

ଦିନକୁ ଏତିକି କରନ୍ତି ରୋଜଗାର: ମୁକେଶ ଅମ୍ବାନୀ ପ୍ରତି ଦିନ ହାରାହାରି ୧୬୩ କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କର ଏହି ରୋଜଗାର ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର କମ୍ପାନୀଗୁଡ଼ିକ ଯଥା, ଟେଲିକମ, ପେଟ୍ରୋକେମିକାଲ, ଅଏଲ, ରିଟେଲ ଭଳି ଅନେକ ଭିନ୍ନ ଭିନ୍ ସେକ୍ଟରରେ ପ୍ରସାରିତ ହୋଇଛି। ୨୦୨୦ ପର୍ଯ୍ୟନ୍ତ ସେ ପ୍ରତି ଘଣ୍ଟା ୯୦ କୋଟି ଟଙ୍କା ରୋଜଗାର କରନ୍ତି।

ତାଙ୍କ ପାଖରେ ଏତେ ସଂପତ୍ତି ଅଛି, ଯଦି କୌଣସି ଭାରତୀୟ ବାର୍ଷିକ ୪ ଲକ୍ଷ ଟଙ୍କା ରୋଜଗାର କରୁଛି, ତେବେ ସେ ଅମ୍ବାନୀଙ୍କ ଭଳି ଟଙ୍କା ଏକାଠି କରିବାରେ ୧.୭୪ କୋଟି ବାର୍ଷିକ ଲାଗିଯିବ। ଯାହା ଅସମ୍ଭବ।