Breaking: ପ୍ରକାଶ ପାଇଲା IAS ରେଜଲ୍ଟ-୨୦୨୪, ୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ
ଶକ୍ତି ଦୁବେ ଟପ୍ପର। ରିତିକା କହିଲେ ତୃତୀୟ ଚେଷ୍ଟାରେ ସଫଳତା ପାଇଛି ।
ନୂଆଦିଲ୍ଲୀ: IAS ରେଜଲ୍ଟ 2024 ପ୍ରକାଶ ପାଇଛି । ଟପ୍ପର ହେଲେ ଶକ୍ତି ଦୁବେ, ଦ୍ବିତୀୟରେ ରହିଛନ୍ତି ହର୍ଷିତା ଗୋୟଲ ।
୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ ରହିଛନ୍ତି । ଡୋଙ୍ଗ୍ରେ ଅର୍ଚିତ ପରାଗ ୩ୟ, ଶାହ ମାର୍ଗି ଚିରାଗ ୪ର୍ଥ ଆକାଶ ଗର୍ଗ ପଞ୍ଚମ, କୋମଲ କୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମ ସ୍ଥାନରେ ରହିଛନ୍ତି । ସମସ୍ତ ପ୍ରାର୍ଥୀ upsc.gov.in କୁ ଯାଇ ଗୋଟିଏ କ୍ଲିକ୍ରେ ସେମାନଙ୍କର ଫଳାଫଳ ଦେଖିପାରିବେ । ସେହିପରି 95 ତମ ସ୍ଥାନରେ ଓଡ଼ିଶାର ଦେବିକା ପ୍ରିୟଦର୍ଶନୀ ରହିଛନ୍ତି । 96ତମ ସ୍ଥାନରେ ଓଡ଼ିଶାର ଆଦର୍ଶ ଆଚାର୍ଯ୍ୟ, 164ରେ ଦୀପ୍ତିରଞ୍ଜନ ପତି, 175ରେ ରଶ୍ମୀ ପ୍ରଧାନ, 193ରେ ନୀଳମାଧବ ପ୍ରଧାନ, 198ରେ ଆଶୁତୋଷ ମିଶ୍ର ରହିଛନ୍ତି ।
ତୃତୀୟ ଚେଷ୍ଟାରେ ସଫଳତା ପାଇଥିବା କହିଲେ ରିତିକା ରଥ । ଇନ୍ଦୋର ଆଇଏମରେ ଡିଗ୍ରୀ କରିବା ପରେ ପ୍ରସ୍ତୁତି କରିଥିଲି ବୋଲି ସେ କହିଛନ୍ତି ।
ଆଇଏଏସ୍ରେ ୧୮୦ ପଦବୀ- ଭାରତୀୟ ପ୍ରଶାସନିକ ସେବା (IAS)ରେ ମୋଟ 180ଟି ପଦବୀ ପୂରଣ କରାଯିବ, ଯାହାକୁ ସବୁଠାରୁ ସମ୍ମାନଜନକ ସେବା ଭାବରେ ବିବେଚନା କରାଯାଏ । ଏଥିମଧ୍ୟରୁ ୭୩ଟି ପଦବୀ ଅଣସଂରକ୍ଷିତ, ୨୪ଟି ଏସସି ପାଇଁ, ୧୩ଟି ଏସ୍ଟି ପାଇଁ, ୫୨ଟି ଓବିସି ପାଇଁ ଏବଂ ୧୮ଟି ଇଡବ୍ଲୁଏସ୍ ବର୍ଗ ପାଇଁ ସଂରକ୍ଷିତ ରହିଛି ।
ଯେତେବେଳେ ଚଳିତ ବର୍ଷ IPS ଅର୍ଥାତ୍ ଭାରତୀୟ ପୋଲିସ ସେବା ପାଇଁ 150ଟି ପଦବୀ ଘୋଷଣା କରାଯାଇଛି । ଏଥିରେ, 60ଟି ପଦବୀ ଅଣସଂରକ୍ଷିତ, 23ଟି SC, 10ଟି ST, 42ଟି OBC ଏବଂ 15ଟି EWS ପାଇଁ ସଂରକ୍ଷିତ ।