କଚ୍ଛ: ଗୁଜୁରାଟ କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ମଙ୍ଗଳବାର ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ କୁହାଯାଇଛି ।
ଗତକାଲି ୪.୧ ମ୍ୟାଗନିଚୁ୍ୟଟ୍ ଭୂକମ୍ପ ତାଜିକିସ୍ଥାନରେ ଅନୁଭୂତ ହୋଇଥିଲା । ମାର୍ଚ୍ଚ ୨୮ ତାରିଖରେ ମ୍ୟାନମାରରେ ବଡ଼ ଧରଣର ଭୂକମ୍ପ ହୋଇଥିବାବେଳେ ଏହାର ଝଟକା ଥାଇଲାଣ୍ଡରେ ଅନୁଭୂତ ହୋଇଥିଲା ।
ମ୍ୟାନମାର ଭୂକମ୍ପରେ ୩୭୩୫ ଲୋକ ପ୍ରଭାବିତ ହୋଇଥିବାବେଳେ ୫ ହଜାରରୁ ଅଧିକ ଆହତ ଏବଂ ୧୨୦ରୁ ଅଧିକ ଲୋକଙ୍କର କୌଣସି ପତ୍ତା ମିଳିପାରି ନ ଥିଲା ।
ସେହିପରି ଚଳିତ ବର୍ଷ ଫେବୃଆରୀ ମାସରେ ଦିଲ୍ଲୀ ଏନସିଆରରେ ବଡ଼ ଝରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
ଭୂକମ୍ପର ତୀବ୍ରତା ୪.୩ ମାଗନିଚୁ୍ୟଡ ଥିବାବେଳେ ଭୂକମ୍ପ ଆତଙ୍କରେ ଲୋକ ଭୟଭିତ ହୋଇଯାଇଥିଲେ ।