ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଂଗ୍ରେସ ଛାତ୍ରନେତା ବିଭୁତି ସମ୍ମାନିତ, କହିଲେ ‘ସମ୍ମାନ ମୋ ପାଇଁ ଇନ୍ଧନ’

 ଶିମଲା: ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ ସଭା ଗୃହରେ NSUI ହିମାଚଳ ପ୍ରଦେଶ ଦ୍ୱାରା ଆୟୋଜିତ “ବ୍ୟବସ୍ଥା ପରିବର୍ତ୍ତନ,ଏକ ସଂକଳ୍ପ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଯୋଗଦେଇଥିଲେ । ଏ ଅବସରରେ ଛାତ୍ରନେତା ଭାବେ ସମ୍ମାନିତ ହୋଇଛନ୍ତି ଓଡ଼ିଶାର ଛାତ୍ରନେତା ବିଭୁତି ଭୂଷଣ ମହାପାତ୍ର।

ବିଭୁତି ବିଭିନ୍ନ ଛାତ୍ର ଆନ୍ଦୋଳନ ସହ ଜଡିତ। ନିକଟ ଅତୀତରେ ତାଙ୍କ ସଂଗଠନ ସ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ ନିଯୁକ୍ତି ଦୁର୍ନୀତିକୁ ପ୍ରସଙ୍ଗ କରି ସାରା ରାଜ୍ୟରେ ପ୍ରଭାବୀ ଆନ୍ଦୋଳନ କରିଥିଲା। ସଂଗଠନର ଆବାହକ ଭାବେ ସରକାରଙ୍କୁ ସିଧା ସିଧା ଟାର୍ଗେଟ କରି ମୁଣ୍ଡ ବିନ୍ଧାର କାରଣ ହୋଇଥିଲେ। ପୂର୍ବରୁ ସେ ଛାତ୍ର କଂଗ୍ରେସର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବା ସହିତ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଦୌଡରେ ମଧ୍ୟ ଥିଲେ।

ଏହି କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେଶ ଧରମାନୀ ଜୀ , ପୂର୍ବତନ NSUI ସଭାପତି ତଥା ବିଧାୟକ କେୱଲ ପଠାନିୟା ଜୀ, ବିଧାୟକ ସଞ୍ଜୟ ଆୱସ୍ତି ଜୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

ସମ୍ମାନିତ ହେବା ପରେ ମୁଖ୍ୟ ଅତିଥି ହିମାଚଳ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁଙ୍କ ସହିତ କାର୍ଯ୍ୟକ୍ରମର ଆୟୋଜକ ହିମାଚଳ NSUI ର ନେତା ପ୍ରବୀଣ ମିନହାନସ, ୟସିନ ବଟ୍ଟ, ରଜତ ଭରଦ୍ୱାଜ ଓ ବିନୁ ମେହେଟାଙ୍କୁ ଧନ୍ୟବାଦ ଦେଇଛନ୍ତି l

ଜଣେ ପୂର୍ବତନ ଛାତ୍ର କଂଗ୍ରେସର ସଭାପତି ତଥା ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ହାତରୁ ସମ୍ମାନିତ ହେଇ ଛାତ୍ର ନେତା ଭାବରେ ଗର୍ବିତ ଥିବା କହିବା ସହ ଏହି ସମ୍ମାନ ଇନ୍ଧନ ଭଳି ଛାତ୍ର ସମାଜର ହିତରେ କାର୍ଯ୍ୟ କରିବାକୁ ବଳ ଯୋଗାଇବ ବୋଲି ବିଭୁତି ମତ ରଖିଛନ୍ତି। ଶ୍ରୀ ମହାପାତ୍ରଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି।