BREAKING: ଆଜି ବସିବ ସର୍ବଦଳୀୟ ବୈଠକ, ପହଲଗାମ ଆତଙ୍କୀ ହମଲାର ବଦଲା ନେବ ଭାରତ
କେନ୍ଦ୍ର ସରକାର ୬ଟାରେ କରିବେ ସର୍ବଦଳୀୟ ବୈଠକ। ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ,ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେବେ।
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର ୬ଟାରେ କରିବେ ସର୍ବଦଳୀୟ ବୈଠକ। ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ,ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେବେ।
ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି । ଏବେ ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି । ଚର୍ଚ୍ଚା ହେଉଛି ସର୍ଜିକାଲ ଷ୍ଟ୍ରାଇକ ଭଳି ଭାରତ ସୀମାପାର ଆତଙ୍କବାଦକୁ ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେଇପାରେ।
ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ, ତିନି ସେନାକୁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଡ଼ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଉଛି ।
ପହଲଗାମ ଆକ୍ରମଣ ପଛରେ ପାକିସ୍ତାନ ଲିଙ୍କ୍ । ସୀମା ପାର ହୋଇ ଆତଙ୍କୀ ଭାରତ ଆସିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଦେଇଥିଲେ। ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ।
ଭିସା ଏବଂ ସ୍ଥଳ ପଥରେ ଯାତାୟତ ବନ୍ଦ ନେଇ ଭାରତ ନିଷ୍ପତ୍ତି ମଧ୍ୟ ନେଇସାରିଛି। ଆଟ୍ରି-ୱାଘା ଚେକପୋଷ୍ଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବୈଦେଶିକ ସଚିବ। ପହଲଗାମରେ ନୀରିହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ନେଇ ସବୁ ଦଳକୁ ଜଣାଇବେ କେନ୍ଦ୍ର ସରକାର। ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସବୁଠୁ ବଡ଼ ପଦକ୍ଷେପ ଭାବେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିଛି ଭାରତ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟର ସୁରକ୍ଷା ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।