ଲିଫ୍ଟରେ ବୃଦ୍ଧାଙ୍କ ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲେ ଜିଲ୍ଲାପାଳ
ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣାରେ ଘୋଷଣା ହେଲା ସହାୟତା ।
ଭୁବନେଶ୍ବର: ଆଜି ସକାଳେ ଭଦ୍ରକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ଜଣେ ବୃଦ୍ଧାଙ୍କର ଜୀବନ ଯାଇଥିଲା । ତେବେ ଏହି ଘଟଣାରେ ବର୍ତ୍ତମାନ ସହାୟତା ଘୋଷଣା କରାଯାଇଛି ।
ବୃଦ୍ଧା ମୃତ୍ୟୁ ଘଟଣାରେ 8 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଏହି ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।
ହସ୍ପିଟାଲର ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କର ଜୀବନ ଯାଇଥିଲା । ଦୀର୍ଘ 5 ଘଣ୍ଟା ପରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ମୃତ୍ୟୁ କେତେବେଳେ ଆସେ ତାହା କାହାରିକୁ ବି ଜଣାନଥାଏ । କହିରଖୁଛୁ କି, ରାନ୍ଦିଆ ପଞ୍ଚାୟତ ନରସିଂହପୁରର ମୀନତି ପରିଡ଼ା ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ଦିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ ।
ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଲିଫ୍ଟଟି ହଠାତ୍ ଉଠି ଯାଇଥିଲା ଓ ଲିଫ୍ଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା।
ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶଥିବା ବେଳେ ବର୍ତ୍ତମାନ ଜିଲ୍ଲାପାଳ ସହାୟତା ରାଶି ଘୋଷଣା କରିଛନ୍ତି ।