“ଲାଜ ଲାଗୁନି ତୁମକୁ” ପହଲଗାମ ହମଲା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ନିନ୍ଦା କଲେ ନିଜ ଦେଶର କ୍ରିକେଟର
ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କଲେ ପାରକିସ୍ତାନୀ କ୍ରିକେଟର । ପହଲଗାମ ଆକ୍ରମଣ ପାଇଁ ଜଣାଇଲେ ଦୁଃଖ ।
କରାଚୀ: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ଶୋକରେ ଅଛି । ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ୍ ଜବାବ ଦେବା ଲାଗି ପ୍ରତିଟି ଲୋକଙ୍କ ଦାବି ରହିଛି ।
ଏଭିତରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନର ପୂର୍ବତନ ସ୍ପିନରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ପାକର ପୂର୍ବତନ କ୍ରିକେଟର ଦାନିଶ କନୋରିୟା ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି ।
ସେଥିରେ ସେ କହିଛନ୍ତି, ଯଦି କଶ୍ମୀର ପହଲଗାମ ଆତଙ୍କବାଦୀ ହମଲାରେ ପାକିସ୍ତାନର କୌଣସି ଭୂମିକା ନାହିଁ, ତେବେ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଆତଙ୍କବାଦୀ ଆକ୍ରମଣର ନିନ୍ଦା କ’ଣ ପାଇଁ କରିନାହାନ୍ତି । ଆପଣଙ୍କ ସେନା ହଠାତ୍ ହାଇ ଆଲର୍ଟରେ କ’ଣ ପାଇଁ ରହିଛି । କାରଣ ଆପଣ ସତ କ’ଣ ଜାଣିଛନ୍ତି । ଆପଣ ଆତଙ୍କବାଦୀଙ୍କୁ ସୁରକ୍ଷା ଓ ଖାଇବାକୁ ଦେଉଛନ୍ତି । ଆପଣଙ୍କୁ ଲଜ୍ଜା ଲାଗିବା କଥା ।
ପାକିସ୍ତାନ ପାଇଁ ଦାନିଶ ବେଶ୍ ସଫଳ ସ୍ପିନର । ତାଙ୍କ ସମୟରେ ସେ ପାକିସ୍ତାନ କ୍ରିକେଟ ଟିମର ନମ୍ବର ୱାନ ସ୍ପିନର ଥିଲେ । ଦାନିଶ ପାକିସ୍ତାନ ପାଇଁ ମୋଟ ୬୧ ଟେଷ୍ଟ ଏବଂ ୧୮ ୱାନଡେ’ ଖେଳିଛନ୍ତି । ୨୦୧୦ରେ ଏହି ଖେଳାଳି ନିଜ ଶେଷ ଇଣ୍ଟରନ୍ୟାଶନାଲ ମ୍ୟାଚ ଖେଳିଥିଲେ ।
If Pakistan truly has no role in the Pahalgam terror attack, why hasn’t Prime Minister @CMShehbaz condemned it yet? Why are your forces suddenly on high alert? Because deep down, you know the truth — you’re sheltering and nurturing terrorists. Shame on you.
— Danish Kaneria (@DanishKaneria61) April 23, 2025