ପହଲଗାମ ଆଟାକ୍: LOCରେ ପାକିସ୍ତାନ ଏବଂ ଭାରତ ମୁହାଁମୁହିଁ, ଗୁଳିବିନିମୟ ଜାରି

LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ।

ନୂଆଦିଲ୍ଲୀ: LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଛି । ତେବେ ପାକ୍‌ ସେନାକୁ ଜବାବ ଦେଲା ଭାରତୀୟ ସେନା ।

ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବା ସୂଚନା ରହିଛି । ଖବର ଅନୁସାରେ, ପାକିସ୍ତାନୀ ସେନା LOC ର କିଛି ସ୍ଥାନରେ ଛୋଟ ଅସ୍ତ୍ରରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା। ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଥିଲା।

ଏହି ଘଟଣାରେ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ହସ୍ତଗତ ହୋଇପାରି ନାହିଁ । ଭାରତୀୟ ସେନା ଅଧିକାରୀମାନେ ଅଧିକ ସୂଚନା ସଂଗ୍ରହ କରୁଛନ୍ତି ।

ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଖୁବ୍ ଶୀଘ୍ର ଶ୍ରୀନଗର ଏବଂ ଉଧମପୁର ଯିବେ । ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ସେ କାଶ୍ମୀର ଉପତ୍ୟକାରେ ନିୟୋଜିତ ବରିଷ୍ଠ ସେନା କମାଣ୍ଡର ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର ଅଧିକାରୀମାନଙ୍କୁ ଭେଟିବେ ।

ଉପତ୍ୟକାର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବେ । ଏହା ସହିତ, ସେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଦ୍ୱାରା କରାଯାଉଥିବା ଅସ୍ତ୍ରବିରତି ଉଲ୍ଲଂଘନ ପ୍ରୟାସର ସମୀକ୍ଷା କରିବେ ବୋଲି ଜଣାପଡିଛି ।