Breaking: ପାକିସ୍ତାନୀଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ, ସୁରୁଖୁରୁରେ ଚାଲିଛି କାମ

ଭୁବନେଶ୍ୱର: ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟରେ ଥିବା ସମସ୍ତ ପକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ଏ ନେଇ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏ ପ୍ରକ୍ରିୟାରେ କୌଣସି ପ୍ରକାର ବିବାଦ ନ ଥିବା କହିଛନ୍ତି ମନ୍ତ୍ରୀ ।

ଗତକାଲି କେନ୍ଦ୍ର ଗୃହମନ୍ତରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଥିବା ପାକିସ୍ତାନୀମାନଙ୍କୁ ବାହାର କରିବା ପାଇଁ ଶାହା ନିର୍ଦ୍ଦେଶ ଦେଇଥିଲେ ।

ଯାହାପରେ ପ୍ରତ୍ୟେକ ରାଜ୍ୟର ସରକାର ଏ ନେଇ ତତ୍ପରତାର ସହ ଏ ନେଇ କାର୍ଯ୍ୟ କରୁଛନ୍ତି ।