Pahalgam Terror Attack: ପହଲଗାମ ଆକ୍ରମଣ ପରେ ପାକିସ୍ତାନର ଅବାନ୍ତର ବୟାନ, ସୂଚନା ମନ୍ତ୍ରୀ କହିଲେ..
ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତାରାର କହିଲେ ଭାରତ ନିଜେ ଆତଙ୍କବାଦରେ ସାମିଲ ।
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହି ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କିଛି କଠୋର ପଦକ୍ଷେପ ନେଇଛି । ଭାରତର ପଦକ୍ଷେପ ପରେ ପାକିସ୍ତାନ ମଧ୍ୟ କିଛି ଘୋଷଣା କରିଛି । ଏହି ସମୟରେ, ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ପକ୍ଷରୁ ଏକ ବିବୃତ୍ତି ଆସି ଛି। ତରାର ଭାରତ ବିଷୟରେ ଏକ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି ।
ଅତାଉଲ୍ଲାହ ତରାର କହିଛନ୍ତି ଯେ, ଭାରତ ନିଜେ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ । ଭାରତ ସିଧାସଳଖ ଆତଙ୍କବାଦୀ ଘଟଣାରେ ଜଡିତ ଏବଂ ଆମ ପାଖରେ ଏହାର ପ୍ରମାଣ ମଧ୍ୟ ଅଛି । ଯଦି ପାକିସ୍ତାନର ପାଣି ବନ୍ଦ କରିବାକୁ ଚେଷ୍ଟା କରାଯାଏ, ତେବେ ଏହାକୁ ଶତ୍ରୁତାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବୋଲି ବିବେଚନା କରାଯିବ । ତରାର କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପରେ ଭାରତର ଜଡିତତା ବିଷୟରେ ସମସ୍ତେ ଜାଣନ୍ତି ।
ପାକିସ୍ତାନ କୁଳଭୂଷଣ ଜାଧବଙ୍କ ପ୍ରସଙ୍ଗ ଉଠାଇଲା – ପାକିସ୍ତାନର ସୂଚନା ମନ୍ତ୍ରୀ ତରାର ମଧ୍ୟ ତାଙ୍କ ବିବୃତ୍ତିରେ କୁଳଭୂଷଣ ଜାଧବଙ୍କ ନାମ ଉଲ୍ଲେଖ କରିଥିଲେ । ସେ କହିଥିଲେ, “ଯଦି କୁଳଭୂଷଣ ଜାଧବଙ୍କୁ ଗିରଫ କରାଯାଇ ନଥାନ୍ତା, ତେବେ ଅନେକ ତଥ୍ୟ ସାମ୍ନାକୁ ଆସି ନଥାନ୍ତା।” ତରାର କହିଛନ୍ତି ଯେ ଭାରତ ଯୋଗୁଁ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।
ପହଲଗାମ ଆକ୍ରମଣ ଉତ୍ତେଜନା ବୃଦ୍ଧି କରିଛି – ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହା ପରେ ତୁରନ୍ତ ଭାରତୀୟ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।
ଜମ୍ମୁ ଏବଂ କାଶ୍ମୀରର ଉରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଏହା ପରେ କାଶ୍ମୀରର ଅନେକ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତ ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଅନେକ ପଦକ୍ଷେପ ନେଇଥିଲା।