‘ମିଲିଟାଣ୍ଟ’ ଶବ୍ଦ ବ୍ୟବହାର କରିବା ବିବିସିକୁ ପଡ଼ିଲା ମହଙ୍ଗା, ଦିଆଗଲା ଚେତାବନୀ
ଖବର ପ୍ରସାରଣ ଉପରେ ବିବିସିକୁ ଚେତାବନୀ
ନୂଆଦିଲ୍ଲୀ: ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଖବର ପ୍ରସାରଣ ଉପରେ ବିବିସିକୁ ଚେତାବନୀ ଦିଆଯାଇଛି।
ଏହି ଚେତାବନୀ ସେତେବେଳେ ନିଆଯାଇଛି, ଯେତେବେଳେ ପାକିସ୍ତାନର ୧୬ ଚ୍ୟାନେଲ୍ ବ୍ୟାନ୍ ହୋଇଛି। ପହଲଗାମ ସଂପର୍କିତ ଖବର ପ୍ରାସରଣକୁ ନେଇ ସତର୍କ କରାଇଲା ଭାରତ। ପକ୍ଷପାତୀ ଖବର ପ୍ରସାରଣକୁ ନେଇ ବିବିସିକୁ ସତର୍କ କରାଇଲେ।
ଆତଙ୍କବାଦୀଙ୍କ ପାଇଁ ବିବିସି ‘ମିଲିଟାଣ୍ଟ’ଶବ୍ଦର ବ୍ୟବହାର କରିଥିଲା। ଏ ନେଇ ଚେତାବନୀ ଜାରି କରାଯାଇଛି। ଏ ନେଇ ବିବିସି ଭାରତ ମୁଖ୍ୟଙ୍କୁ ଚିଠି ଲେଖି ସତର୍କ କରାଇଲା ଭାରତ।