ବିବାହ ପୂର୍ବରୁ ପାର୍ଲର ଯାଇଥିଲେ ମହିଳା, ଅଧା ବାଟରେ କିଡନାପ କରିନେଇଗଲା ପ୍ରେମିକ!
ପାର୍ଲରରୁ ଫେରିବା ବାଟରେ କନ୍ୟା ଅପହରଣ ଅଭିଯୋଗ ।
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ପାର୍ଲର ଯାଇଥିବା ବେଳେ ଆସିଲା ବେଳକୁ ଫେରାର ହୋଇଯାଇଛି କନ୍ୟା ।
ତବେ ନିଜ ଇଚ୍ଛାରେ ନୁହେଁ ବରଂ କେହି କିଡନାପ କରି ନେଇଥିବା ଜଣାପଡିଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଖବର ଅନୁସାରେ, ଯୁବତୀଙ୍କର ବିବାହ ପାଇଁ ଲଗ୍ନ ଧରାସରିଥିଲା । ୩୦ ତାରିଖରେ ବିବାହ ହୋଇଥାନ୍ତା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା ।
ସୋମବାର ଅପରାହ୍ନ ସମୟରେ କନ୍ୟା ଜଣଙ୍କ ନିଜ ଭାଇ ସହ ନିକଟସ୍ଥ ବଜାରରେ ଥିବା ପାର୍ଲରକୁ ଯାଇଥିଲେ । ପାର୍ଲରରେ କାମ ସାରି ଘରକୁ ଏକା ଫେରୁଥିଲେ । ଏହି ସମୟରେ କେହି କିଡନାପ୍ କରିନେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ଘଷିପୁରା ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳାଙ୍କୁ ପ୍ରେମ ପାଇଁ ଅପହରଣ କରାଯାଇଛି ।
କିନ୍ତୁ ବର୍ତ୍ତମାନ ସୁଦ୍ଧା ଉକ୍ତ ଯୁବତୀଙ୍କର କିମ୍ବା କୌଣସି ଯୁବକଙ୍କୁ ବାନ୍ଧିନି ପୋଲିସ ।