ପୁଣି ଏକ ବଡ଼ ଘୋଟାଲା ଅଭିଯୋଗ, କ୍ଲାସ ରୁମ୍ ତିଆରିରେ ୨୦୦୦ କୋଟି ଚଳୁ

ନୂଆଦିଲ୍ଲୀ: ପୂର୍ବତନ ଆମ ଆଦମୀ ପାର୍ଟି ମନ୍ତ୍ରୀ ମନିଶ ଶିସୋଦିଆ ଏବଂ ସତେନ୍ଦ୍ର ଜୈନଙ୍କ ବିରୋଧରେ ନୂଆ ଅଭିଯୋଗ ସାମ୍ନାକୁ ଆସିଛି ।

ଶ୍ରେଣୀ ଗୃହ ନିର୍ମାଣରେ ୨୦୦୦ କୋଟି ଟଙ୍କା ଠକେଇ ମାମଲା ଆପର ଦୁଇ ନେତାଙ୍କ ବିରୋଧରେ ଆସିଛି । ଦିଲ୍ଲୀ ପୋଲିସର ଆଣ୍ଟି କରପ୍ସନ ବ୍ରାଞ୍ଚ (ଏସିବି) ଦୁଇ ନେତାଙ୍କ ନାଁରେ ମାମଲା ରୁଜୁ କରିଛି ।

କେଜ୍ରିୱାଲଙ୍କ ସରକାର ସମୟରେ ମନୀଷ ଶିକ୍ଷା ବିଭାଗ ଦାୟିତ୍ୱରେ ଥିବାବେଳେ ସତେନ୍ଦ୍ର ପିଡବ୍ଲ୍ୟୁଡି ବିଭାଗ ବୁଝୁଥିଲେ । ଏମାନଙ୍କ ବ୍ୟତୀତ ଘୋଟାଲାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଖୋଳତାଡ଼ ଜାରି ଥିବା କହିଛନ୍ତି ଏସିବି ମୁଖ୍ୟ ମଧୁର ବର୍ମା ।