ଭାରତ ଡରରେ ପାକିସ୍ତାନ ଛାଡ଼ିଦେଲେ ପାକ୍ ସେନା ମୁଖ୍ୟ ମୁରିନ! ସୋସିଆଲ ମିଡିଆରେ ବଡ଼ ଆଲୋଚନା
ଲୁଚିଲେ ପାକିସ୍ତାନ ସେନା ମୁଖ୍ୟ । ଶେହବାଜ ପୋଷ୍ଟ କଲେ ଫଟୋ ।
ଇସଲାମାବାଦ୍: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ତନାଘନା ଜାରି ରହିଛି । ପାକିସ୍ତାନ ବିରୋଧୀ ଅଭିଯାନ ପାଇଁ ଭାରତ ପକ୍ଷରୁ ଆଗାମୀ ଦିନରେ ବଡ଼ ଅଭିଯାନ ଆରମ୍ଭ କରାଯିବ ।
ତେବେ ଏହା ଭିତରେ ପାକିସ୍ତାନ ମଧ୍ୟ ତୁହାକୁ ତୁହା ଧମକ ଦେବାରେ ଲାଗିଛି । ହେଲେ ପାକିସ୍ତା ଆର୍ମି ଚିଫ୍ ଜେନେରାଲ ସୟଦ ମସିମ ମୁରିନଙ୍କର କୌଣସି ପତ୍ତା ମିଳୁନାହିଁ ।
ଶେହବାଜଙ୍କ ଦ୍ୱାରା ବସୁଥିବା କୌଣସି ବୈଠକରେ ନା ମୁରିନ ଦେଖିବାକୁ ମିଳୁଛନ୍ତି, ନା’ ତାଙ୍କ ପକ୍ଷରୁ ଭାରତ ପାଇଁ କୌଣସି ବାର୍ତ୍ତା ଜରି କରୁଛନ୍ତି । ଖବର ମୁତାବକ ମୁରିନ୍ ପରିବାର ସହ ପାକିସ୍ତାନ ଛାଡ଼ି ଚାଲିଯାଇଛନ୍ତି ।
ପରିବାର ସହ ବିଦେଶ ଚାଲିଯିବା କିମ୍ବା ରାୱଲପିଣ୍ଡିର ବଙ୍କରରେ ଲୁଚିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଖବରକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପରୋକ୍ଷ ଭାବେ ଏହାର ଉତ୍ତର ରଖିଛନ୍ତି ।
ଏକ୍ସରେ ପାକିସ୍ତାନ ସେନା ସହିତ ଏକ ଫଟୋ ପୋଷ୍ଟ କରି ଶେହବାଜ ପାକ୍ ସେନା ମୁଖ୍ୟ ମୁରିନଙ୍କ ଉପସ୍ଥିତିକୁ ଜାହିର କରିଛନ୍ତି । ଫଟୋଟି ଗତ ୨୬ ତାରିଖର ବୋଲି ସେ କହିଛନ୍ତି ।
Prime Minister Muhammad Shehbaz Sharif, Chief of Army Staff General Syed Asim Munir (NIM) and officers of PMA Kakul in a group photo with the graduating officers of 151st Long Course at PMA Kakul, Abbottabad.
April 26, 2025. pic.twitter.com/HLmVg9nUwg— Prime Minister’s Office (@PakPMO) April 27, 2025
ସୋସିଆଲ ମିଡିଆ ୟୁଜର ଏ ଫଟୋକୁ ମିଛ ବୋଲି କହିଛନ୍ତି । କେତେଜଣ ଏହାକୁ ଏଆଇ ଜେନେରେଟେଡ୍ ଫଟୋ ବୋଲି କହିଛନ୍ତି ।
ସୂଚନା ଯୋଗ୍ୟ ପହଲଗାମ୍ ଆତଙ୍କୀ ହମଲାରେ ପାକ୍ ସେନା ମୁଖ୍ୟଙ୍କ ବଡ଼ ଭୂମିକା ରହିଛି । କାରଣ ଆକ୍ରମଣର କିଛିଦିନ ପୂର୍ବରୁ ମୁରିନ୍ ଏକ ସମାବେଶରେ ଯୋଗ ଦେଇ କହିଥିଲେ, କଶ୍ମୀର ଆମର; ଏହାକୁ ଆମେ ଭୁଲିବା ନାହିଁ । ଆମେ କଶ୍ମୀର ଭାଇ ଏବଂ ସେମାନଙ୍କ ସଂଘର୍ଷକୁ କେବେ ହେଲେ ଛାଡ଼ିବା ନାହିଁ ।
ଯାହାକୁ ନେଇ ପହଲଗାମ ଆଟାକ ପଛରେ ମୁରିନଙ୍କ ବଡ଼ ଭୂମିକା ଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷେ ଭାରତ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଏବେ କେବଳ ଆକ୍ରମଣ କେବେ କରାଯିବ ତାକୁ ଅପେକ୍ଷା ।