ଭାଣ୍ଡିଆ ହେଲା ପାକିସ୍ତାନ, ଭାରତ କ’ଣ କରିବାକୁ ଯାଉଛି ତାହା ଗୋପନ ରଖିଛି
ପାକିସ୍ତାନକୁ ଭାଣ୍ଡିଆ ସଜେଇ ଦେଲେ ଭାରତ ସରକାର। ଯେଉଁ ନିଷ୍ପତ୍ତି ଉପରେ କାଲିଠାରୁ ନଜର ଥିଲା, ସେ ସମ୍ପର୍କରେ କୌଣସି ସୂଚନା ଦେଲେନି ଭାରତ ସରକାର।
ନୂଆଦିଲ୍ଲୀ: ଚାତକ ପରି ଚାହିଁ ରହିଥିଲା ଶତ୍ରୁ ଦେଶ ପାକିସ୍ତାନ। ହେଲେ ଭାଣ୍ଡିଆ ସଜେଇ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶର ଘନ ଘନ ବୈଠକ। ଆଉ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର।
ଯେବେଠାରୁ ପହଲଗାମ ଆତଙ୍କୀ ଆକ୍ରମଣ ହେଲାଣି, ସେବେଠାରୁ ଘନ ଘନ ବୈଠକ କରୁଛନ୍ତି କେନ୍ଦ୍ର ସରକାର। ଆଉ ଏହି ସବୁ ବୈଠକର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୪ଟି ବଡ଼ ବୈଠକ: ଠିକ୍ ସେହିପରି ଆଜି ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ୪ଟି ବଡ଼ ବୈଠକ। ପ୍ରଥମେ CCS ବୈଠକ ବସିଥିଲା। ପରେ CCPA ,CCEA ଓ କ୍ୟାବିନେଟ୍ ବୈଠକ ବସିଥିଲା। ଆଉ ଏହି ବୈଠକରେ କି ନିଷ୍ପତ୍ତି ନିଆଯିବ ତାହା ଉପରେ ଥିଲା ସମସ୍ତଙ୍କ ନଜର।
ବିଶେଷ କରି ଏହି ବୈଠକର ନିଷ୍ପତ୍ତି ଉପରେ ଅଧିକ ନଜର ରଖିଥିଲା ଶତ୍ରୁ ଦେଶ ପାକିସ୍ତାନ। ଆଉ ଅପରାହ୍ନ ୪ ଟାରେ ଏହି ବୈଠକରେ କେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା ହେଲା ତାହା ଉପରେ ଥିଲା ସମସ୍ତଙ୍କ ନଜର।
ପାକିସ୍ତାନ ଭାଣ୍ଡିଆ: ଯଦି ଦେଖିବା ସମସ୍ତଙ୍କର ନିଜର ଥିଲା ଆଉ ଆଶା ମଧ୍ୟ ଥିଲା ଆଜିର ବୈଠକ ସରିବା ପରେ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିପାରନ୍ତି। ତାହା ପୁଣି ପାକିସ୍ତାନକୁ ନେଇ।
ହେଲେ ସେପରି କିଛି ହେଲାନାହିଁ। ବରଂ ସାମ୍ୱାଦିକ ସମ୍ମିଳନୀ କରି କ୍ୟାବିନେଟରେ ନର୍ଥ ଇଷ୍ଟ କରିଡର ଉପରେ ନିଷ୍ପତ୍ତି ଏବଂ ଜାତି ଜନଗଣନା ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ହେଲେ ଯେଉଁ ବିଷୟ ଉପରେ ସମସ୍ତଙ୍କର ନଜର ଥିଲା ବିଶେଷ କରି ପାକିସ୍ତାନର। କି ଭାରତ ସରକାର ପାକିସ୍ତାନ ବିପକ୍ଷରେ ପୁଣି କି ନିଷ୍ପତ୍ତି ନେଉଛନ୍ତି। ହେଲେ ତା ଉପରେ ଟିକେ ହେଲେ ବି ଆଲୋଚନା କଲେ ନାହିଁ କେନ୍ଦ୍ରମନ୍ତ୍ରୀ।
ତେଣୁ ଏକପ୍ରକାର କହିବାକୁ ଗଲେ ପାକିସ୍ତାନକୁ ଭାଣ୍ଡିଆ କରିଦେଲେ ଭାରତ ସରକାର। ଏହାମଧ୍ୟ ଆଲୋଚନା ହେଉଛି କି ଭାରତ କ’ଣ କରିବାକୁ ଯାଉଛି ତାହା ଗୋପନରେ ରଖିଛି।