ଭୂମିକମ୍ପରେ ଥରିଲା ଶତ୍ରୁ ଦେଶ ପାକିସ୍ତାନ

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ।

ପାକିସ୍ତାନ: ଭୂମିକମ୍ପରେ ଥରିଲା ପାକିସ୍ତାନ। ଭାରତ ପାକିସ୍ତାନ ଶୀତଳ ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଭୂମିକମ୍ପ ଝଟକା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ।

ଭାରତୀୟ ସମୟ ରାତି ୯ଟା ୫୮ ମିନିଟରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ। ଭୂକମ୍ପ ନେଇ ସ୍ପଷ୍ଟ କଲା ଅନସିଏସ୍। କୁହାଯାଉଛି ଧିରେ ଧିରେ ଯେଉଁ ନିରୀହ ଲୋକଙ୍କୁ ପାକିସ୍ତାନ ଆତଙ୍କବାଦୀମାନେ ହତ୍ୟା କରିଥିଲେ, ଏବେ ପାକିସ୍ତାନ ଉପରେ ସେମାନଙ୍କ ଲୁହ ପଡିବା ଆରମ୍ଭ ହେଲା।

ଗୋଟେପଟେ ପାକିସ୍ତାନକୁ ଭାରତର ମୁହଁତୋଡ଼ ଯବାବ ଭିତରେ, ଅନ୍ୟପଟେ ପାକିସ୍ତାନରେ ଭୂମିକମ୍ପ। ଯଦିଓ ଏବେସୁଦ୍ଧା ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ହେଲେ ଆଗକୁ ପାକିସ୍ତାନର ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି।