କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା କମାଇଦେଲେ ଏଫଡି ସୁଧ ଦର, ଚେକ୍ କରନ୍ତୁ କେତେ ମିଳିବ ରିଟର୍ଣ୍ଣ
ବ୍ୟାଙ୍କ ଅଫ ବରୋଦା ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ କମାଇଦେଲେ ଏଫଡି ସୁଧ ଦର
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦାଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମେ’ ୨୦୨୫ ପାଇଁ ନିଜ ଏଫଡି ସୁଧ ଦରରେ ପରିବର୍ତ୍ତନ କରିଛନ୍ତି। ବ୍ୟାଙ୍କ ଅଫ୍ ବରୋଦା ୩ କୋଟି ଟଙ୍କାରୁ କମ ଆମାଉଣ୍ଟର ଏଫଡି ସୁଧ ଦର ହ୍ରାସ କରିଛି, ଯେଉଁଥିରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏକ ଧାର୍ଯ୍ୟ ଅବଧିର ଏଫଡି ପାଇଁ ସୁଧ ଦରରେ ୫୦ ବେସିସ ପଏଣ୍ଟସ୍ ହ୍ରାସ କରିଛି।
ବ୍ୟାଙ୍କ ଅଫ୍ ବରୋଦା ୪୪୪ ଦିନର ଅବଧିର ଏଫଡି ସ୍କିମରେ ଜନସାଧାରଣଙ୍କୁ ବର୍ତ୍ତମାନ ୭.୧୦ ପ୍ରତିଶତର ସୁଧ ଦେବ ଏବଂ ସିନିୟର ସିଟିଜେନଙ୍କୁ ୭.୬୦ ପ୍ରତିଶତର ସୁଧ ପ୍ରଦାନ କରିବ।
ଏହା ବ୍ୟତୀତ, ସୁପର ସିନିୟର ସିଟିଜେନଙ୍କୁ ୭.୭୦ ପ୍ରତିଶତର ସୁଧ ଦିଆଯିବ। ଏହା ପୂର୍ବରୁ ୪୪୪ ଦିନର ଏଫଡିରେ ବ୍ୟାଙ୍କ ଅଫ ବରୋଦା ସାଧାରଣ ନାଗରିକଙ୍କୁ ୭.୧୫ ପ୍ରତିଶତ, ସିନିୟର ସିଟିଜେନଙ୍କୁ ୭.୬୫ ପ୍ରତିଶତ ଏବଂ ସୁପର ସିଟିଜେନଙ୍କୁ ୭.୭୫%ର ସୁଧ ଦେଉଥିଲା।
ସେହିଭଳି ପ୍ରାଇଭେଟ ସେକ୍ଟରର କୋଟାକ ମହିନ୍ଦ୍ରା ବ୍ୟାଙ୍କ ୧୮୦ ଦିନର ଅବଧିର ଏଫଡିରେ ଦିଆଯାଉଥିବା ସୁଧ ଦରରେ ୫୦ ବେସିସ ପଏଣ୍ଟସର ହ୍ରାସ କରି ୭ ପ୍ରତିଶତରୁ ୬.୫୦ ପ୍ରତିଶତ କରିଦେଇଛି।
ନୂଆ ଦରଗୁଡ଼ିକ ୫ ମେ’, ୨୦୨୫ରେ ପ୍ରଭାବଶାଳୀ ହୋଇଛି। ବ୍ୟାଙ୍କ ଏହା ପୂର୍ବରୁ ୩୦ ଅପ୍ରେଲ, ୨୦୨୫ରେ ମଧ୍ୟ କିଛି ଚୟନ ଅବଧିର ଏଫଡି ସୁଧ ଦରରେ ପରିବର୍ତ୍ତନ କରିଥିଲା।