PNBରେ ୧ଲକ୍ଷ ଜମା କଲେ ମିଳିବ ୧୬,୨୫୦ର ଫିକ୍ସ ସୁଧ, ଚେକ୍ କରନ୍ତୁ ସ୍କିମର ଡିଟେଲ୍ସ
ପଞ୍ଜାବ ନେସନାଲ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ୭ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ଏତିକି ସୁଧ ଦେଉଛି, ଜାଣନ୍ତୁ..
ନୂଆଦିଲ୍ଲୀ: ଆରବିଆଇ ଅପ୍ରେଲ, ୨୦୨୫ରେ ରେପୋ ରେଟକୁ ୬.୨୭ ହ୍ରାସ କରି ୬ ପ୍ରତିଶତ କରିଦେଇଥିଲା। କିନ୍ତୁ ଅନେକ ବ୍ୟାଙ୍କ ଏହି ରେପୋ ରେଟରେ ହ୍ରାସ ପରେ ବି ନିଜ ଗ୍ରାହକମାନଙ୍କୁ ଆକର୍ଷଣୀୟ ସୁଧ ପ୍ରଦାନ କରୁଛି।
ଆଜି ଆମେ ଆପଣଙ୍କୁ ପଞ୍ଜାବ ନେସନାଲ ବ୍ୟାଙ୍କର ଏକ ଏଭଳି ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ମାତ୍ର ୧ ଲକ୍ଷ ଟଙ୍କା ଜମା କରି ଆପଣ ଅଧିକ ସୁଧ ପାଇପାରିବେ। ଆସନ୍ତୁ ଜାଣିବା ଏହି ବିଷୟରେ..
ଯଦି ଆପଣ ଏକ ସାଧାରଣ ନାଗରିକ ଏବଂ ପିଏନବିରେ ୨ ବର୍ଷୀୟ ଏଫଡିରେ ୧ ଲକ୍ଷ ଟଙ୍କା ଜମା କରୁଛନ୍ତି, ତେବେ ଆପଣଙ୍କୁ ମ୍ୟାଚୁରିଟି ଉପରେ ସମୁଦାୟ ୧,୧୪,୪୩୭ ଟଙ୍କାର ସୁଧ ମିଳିବ, ଯେଉଁଥିରେ ୧୪ ହଜାର ୪୩୭ ଟଙ୍କାର ଫିକ୍ସ ସୁଧ ସାମିଲ ଅଛି।
ଯଦି ଆପଣ ସିନିୟର ସିଟିଜେନ ଏବଂ ପିଏନବିରେ ୨ ବର୍ଷୀୟ ଫିକ୍ସଡରେ ୧ ଲକ୍ଷ ଟଙ୍କା ଜମା କରୁଛନ୍ତି ତେବେ ଆପଣଙ୍କୁ ୧୫ ହଜାର ୫୬୭ ଟଙ୍କା ମିଳିବ।
ସେହିପରି ଯଦି ଆପଣ ସୁପର ସିନିୟର ସିଟିଜେନ ଏବଂ ପିଏନବିର ୨ବର୍ଷୀୟ ଏଫଡିରେ ୧ ଲକ୍ଷ ଟଙ୍କା ଜମା କରୁଚନ୍ତି ତେବେ ଆପଣଙ୍କୁ ମାଚୁରିଟି ଉପରେ ସମୁଦାୟ ୧,୧୬,୨୫୦ ଟଙ୍କା ମିଳିବ। ଏଥିରେ ଆପଣଙ୍କର ସୁଧ ୧୬ ହଜାର ୨୫୦ ଟଙ୍କା ଫିକ୍ସଡ ସୁଧ।