କୋଲକାତା: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନି। ଆଜି ମମତା ବାନାର୍ଜୀ ନାଲି ଆଖି ଦେଖାଇବା ଭଳି ଏକ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଗତକାଲି ‘ଜଗନ୍ନାଥ ଧାମ’ ସେଠାରୁ ଉଠିଲା ବୋଲି ଖବର ଆସିଥିଲା। କିନ୍ତୁ ୱେବସାଇଟରେ ଥିଲା ‘ଜଗନ୍ନାଥ ଧାମ’। କିନ୍ତୁ ଆଜି ଲାଗିଛି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ। ଦୀଘା ମନ୍ଦିର ସାମ୍ନାରେ ଲାଗିଛି ଜଗନ୍ନାଥ ଧାନ ହୋର୍ଡିଂ।
ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ହୋର୍ଡିଂ। ରାତାରାତି ହୋର୍ଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ। ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋର୍ଡିଂ ଲଗାଯାଇଥିଲା। ଜଗନ୍ନାଥ ଧାମ ବିବାଦ ଭିତରେ ମମତା ବାନାର୍ଜୀ ପୁଣିଥରେ ହୋର୍ଡିଂ ଲଗାଇଛନ୍ତି।