ଆଉ ମାତ୍ର ୩୫ ଦିନ ପରେ ପାକିସ୍ତାନ ପାଇବନି ପାଣି, ଗୋଟିଏ ବୁନ୍ଦା ପାଇଁ କାନ୍ଦିବ ଶହବାଜଙ୍କ ରାଜଧାନୀ
ପାକିସ୍ତାନକୁ ମିଳିବନି ପାଣି, ୩୫ ଦିନ ପରେ ଭୋଗିବ ସମସ୍ୟା
ନୂଆଦିଲ୍ଲୀ: ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିନାମା ନିଲମ୍ବନ କରିବାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି। ରାୱଲପିଣ୍ଡି ଏବଂ ଇସଲାମାବାଦରେ ପାଣି ସମସ୍ୟା ଦେଖିବାକୁ ମିଳିଛି।
ରିପୋର୍ଟ ମୁତାବକ, ଖାନପୁର ଡ୍ୟାମରେ ପାଣିର ସ୍ତର ଦ୍ରୁତଗତିରେ ହ୍ରାସ ପାଉଛି। ଅଧିକାରୀମାନଙ୍କ ଅନୁଯାୟୀ, ଯେତିକି ପାଣି ଅଛି ତାହା ମାତ୍ର ୩୫ ଦିନ ପର୍ଯ୍ୟନ୍ତ ଲୋକଙ୍କ ଆବଶ୍ୟକତାକତା ପୂରଣ କରିପାରିବ। ଖାନପୁର ଡ୍ୟାମ ହରୋ ନଦୀରେ ନିର୍ମାଣ ହୋଇଛି।
ହରୋ ନଦୀ, ସିନ୍ଧୁ ନଦୀର ଏକ ଛୋଟ ସହାୟକ ନଦୀ। ଅଧିକାରୀମାନଙ୍କ କହିବାନୁଯାୟୀ, ଆଗାମୀ ୧୦-୧୫ ଦିନରେ ଯଦି ବର୍ଷା ନ ହୁଏ ତେବେ ପରିସ୍ଥିତି ସୋଚନୀୟ ହୋଇପଡିବ।
ଜଳ ଏବଂ ବିଦ୍ୟୁତ ବିକାଶ ପ୍ରାଧିକରଣର ଜଣେ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ଡ୍ୟାମର ଜଳ ସ୍ତର ୧,୯୩୫ ଫୁଟ ଥିଲା, ଯାହାର ଡେଡ ଲେବଲ ୨୫ ଫୁଟ ଉପରେ ଅଛି। ସେ କହିଛନ୍ତି ଯେ, କମ ବର୍ଷା ଏବଂ ଲଗାତାର ଶୁଖିଯିବା କାରଣରୁ ଜଳଗ୍ରହଣ କ୍ଷେତ୍ରର ପ୍ରାକୃତିକ ଝରଣା ଶୁଖିଯାଇଛି।
ମଙ୍ଗଳବାର ଦିନ ଡ୍ୟାମରେ ପାଣିର ପ୍ରବାହ କେବଳ ୮୨ କ୍ୟୁସେକ ଥିଲା, ଯାହାର ଆଉଟଫ୍ଲୋ ୨୩୫ କ୍ୟୁସେକ ଦିନ ପ୍ରତି ଜାରି କରାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟିକୁ ୯୦ କ୍ୟୁସେକ ପାଣି ପ୍ରତିଦିନ ଦିଆଯାଇଛି। ଏଥିରେ ୟୁନିର୍ଭସିଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ ତକ୍ଷଶିଳା ସହ ଅନ୍ୟ ଉପଭୋକ୍ତାମାନଙ୍କୁ ୬.୧୮ କ୍ୟୁସେକ ପାଣି ମିଳୁଥିଲା।
WASA ର ପ୍ରବନ୍ଧ ନିର୍ଦ୍ଦେଶକ ମହମ୍ମଦ ସଲୀମ ଅଶରଫ କହିଛନ୍ତି ଯେ, ରାୱଲପିଣ୍ଡିରେ ପ୍ରତିଦିନ ୫୦ ମିଲିୟନ ଗୈଲନ ପାଣିର ଦାବି କରିଛନ୍ତି, କିନ୍ତୁ ଯୋଗାଣ କେବଳ ୩୦ ନିୟୁତ ଗ୍ୟାଲେନ ଅଟେ। ଏହିଭଳି ପ୍ରତିଦିନ ୨୦ ମିଲିୟନ ଗ୍ୟାଲେନ ପାଣିର ହ୍ରାସ ହୋଇଛି।