(Video) ଅନ୍ତର୍ଜାତୀୟ ଗଣମାଧ୍ୟମରେ ରାହୁଲ ଗାନ୍ଧୀ-ସତ୍ୟପାଲ ମଲ୍ଲିକଙ୍କ ଭିଡିଓ ଦେଖାଇଲା ପାକିସ୍ତାନ ସେନା
ପାକିସ୍ତାନ ସେନାର ବୟାନ ପରେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ।
ନୂଆଦିଲ୍ଲୀ: ଭାରତ ପାକିସ୍ତାନ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ନୂଆନୂଆ ଭିଡିଓ ସାମ୍ନାକୁ ଆସିଛି । ଏହାରି ଭିତରେ ପାକିସ୍ତାନୀ ସେନା ଏପରି କିଛି ଭିଡିଓ କରିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ପାକିସ୍ତାନ ସେନା ଆନ୍ତର୍ଜାତୀୟ ଗଣମାଧ୍ୟମରେ ରାହୁଲ ଗାନ୍ଧୀ ଏବଂ ସତ୍ୟପାଲ ମଲିକଙ୍କ ଭିଡିଓ ପ୍ରସାରଣ କରିଥିବା ଦେଖାଯାଇଛି । ପୁଲୱାମା ଆକ୍ରମଣ କେବଳ ନିର୍ବାଚନ ପାଇଁ ଭାରତ ସରକାର କରିଥିଲେ ବୋଲି କୁହାଯାଉଥିବା ନେଇ ଜଣାପଡିଛି ।
ଏହାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି କଂଗ୍ରେସକୁ ଏହା ଏକ ପ୍ରକାର ଲଜ୍ଜା ବୋଲି କହିଛି । ପାକିସ୍ତାନ ସେନା ଭାରତକୁ ବିଶ୍ୱ ସ୍ତରରେ ବଦନାମ କରିବା ପାଇଁ କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ଅସ୍ତ୍ର କରୁଛି ।
ତେବେ ପାକିସ୍ତାନ ସେନା ପକ୍ଷରୁ ବର୍ତ୍ତମାନ କାହିଁକି ରାହୁଲଙ୍କ ଭିଡିଓ ସେୟାର କରାଗଲା ସେନେଇ ସ୍ପଷ୍ଟ ହୋଇପାରି ନାହିଁ ।
ପାକିସ୍ତାନ ସେନା ରାହୁଲ ଗାନ୍ଧୀ ଏବଂ ସତ୍ୟପାଲ ମଲିକଙ୍କ ଭିଡିଓ ବ୍ୟବହାର କରି ନିର୍ବାଚନ ଲାଭ ପାଇଁ ଭାରତକୁ ପୁଲୱାମା ଆକ୍ରମଣର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରୁଛି।
Pakistan Army brought International Media and showed them videos of Rahul Gandhi and Satypal Malik.
BJP said SHAME on Congress !!pic.twitter.com/7pkHQzfvBs
— Times Algebra (@TimesAlgebraIND) May 9, 2025