ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ, ଜମ୍ମୁରେ ଫସିଛନ୍ତି ୧୧ ଜଣ ଓଡ଼ଆ
ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇ ଜମ୍ମୁରେ ଫସିଲେ ୧୧ ଜଣ ଓଡ଼ିଆ।
ଜମ୍ମୁ: ସୀମାରେ ଲାଗି ରହିଛି ଯୁଦ୍ଧ ପରିସ୍ଥିତି। ବିଶେଷ କରି ସୀମାକୂଳବର୍ତ୍ତୀ ଅଞ୍ଚଳ ଉପରେ ଏବେ ଆଟାକ୍ କରୁଛି ପାକିସ୍ତାନ। ବିଶେଷ କରି ଜମ୍ମୁର ଅନେକ ସ୍ଥାନକୁ ଡ୍ରୋନ, ମିଜାଇଲ୍ ଏବଂ ଗୁଳି ବର୍ଷା କରୁଛି ପାକିସ୍ତାନ।
ଆଉ ଏହି ସମୟରେ ସେଠାରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ବେଳେ, ଜମ୍ମୁରେ ଫସିଯାଇଛନ୍ତି ୧୧ ଜଣ ଓଡ଼ିଆ ଲୋକ। ଜମ୍ମୁରେ ପାକିସ୍ତାନ ପଟୁ ଆକ୍ରମଣ କରାଯାଉଥିବା ବେଳେ ଫସିଛନ୍ତି ଓଡ଼ିଆ ଲୋକ।
ସମସ୍ତେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ହେଲେ ସେହି ସମୟରେ ପାକିସ୍ତାନ ପଟୁ ଅତର୍କିତ ଆକ୍ରମଣ ଆରମ୍ଭ ହୋଇଥିଲା। ଫଳରେ ସେମାନେ ସେଠାରେ ଫସିଯାଇଥିଲେ।
ଫସିଥିବା ୧୧ ଜଣଙ୍କ ମଧ୍ୟରୁ କଟକର ୪ ଜଣ, ଭୁବନେଶ୍ୱରର ୫ ଜଣ, ପୁରୀର ୨ ଜଣ ବୋଲି ଜଣାପଡିଛି। ହେଲେ BSF ଯବାନମାନେ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ BSF କ୍ୟାମ୍ପରେ ସେମାନଙ୍କୁ ରଖାଯାଇଛି। ଓଡ଼ିଶା ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି।