ଶ୍ରୀନଗରରେ ଭୟଙ୍କର ବିସ୍ଫୋରଣ, ସୂଚନା ଦେଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ

ଶ୍ରୀନଗରରେ ବିସ୍ଫୋରଣ

ନୂଆଦିଲ୍ଲୀ: ପାକିସ୍ତାନ ମିଛୁଆ ବୋଲି ପୁଣି ହୋଇଛି ପ୍ରମାଣିତ । ଅସ୍ତ୍ରବିରତି ପରେ ଭାରତ ଉପରେ ଆଉଥରେ ଆକ୍ରମଣ କରିଛି ପାକିସ୍ତାନ । ଶ୍ରୀନଗରରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ବିଭିନ୍ନ ସ୍ଥାନରୁ ଶୁଭିଲା ବିସ୍ଫୋରଣ ।

ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସୀମାରେ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ । ଏଥିରେ ଆମେରିକା ମଧ୍ୟସ୍ଥତା ମିଛ ବୋଲି କୁହାଯାଉଛି ।

ଅଖନୁର, ରାଜୌରୀରେ ଅସ୍ତ୍ରବିରତିକୁ ଉଲ୍ଲଘଂନ କରାଯାଇଛି । ଜବାବ ଦେଉଛନ୍ତି ବିଏସଏଫ ଯବାନ । ପାକ୍ ପଟୁ ପୁଣି ଡ୍ରୋନ ଆକ୍ରମଣ ହୋଇଛି । ପୋଖରାନରେ ପାକିସ୍ତାନୀ ଡ୍ରୋନ ନଷ୍ଟ ହୋଇଯାଇଛି । ରାଜସ୍ଥାନ ବାଡ଼ମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ । ଉରି, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ କରାଯାଇଛି । ପଠାନକୋଟ, ଗୁରୁଦାସପୁରରେ ବ୍ଲାକଆଉଟ୍ । ଏଥିସହ ଶ୍ରୀନଗର, ବାରାମୂଲାରେ ବ୍ଲାକଆଉଟ୍ ହୋଇଛି ।