ମାଓବାଦୀଙ୍କ ବର୍ବର କାଣ୍ଡ, କଂଗ୍ରେସ କର୍ମୀଙ୍କୁ ହତ୍ୟା

ପୋଲିସର ଗୁପ୍ତଚର ଭାବି କଂଗ୍ରେସ କର୍ମୀଙ୍କୁ ମାରି ଫିଙ୍ଗିଦେଲେ।

ରାୟପୁର : ପୁଣି ଥରେ ରକ୍ତର ଛିଟା । ଛତିଶଗଡ଼ରେ ପୁଣି ଗଡ଼ିଲା ମୁଣ୍ଡ । ହିଂସ୍ରରୂପ ଦେଖାଇଲେ ମାଓବାଦୀ । ପୋଲିସର ଗୁପ୍ତଚର ଭାବି କଂଗ୍ରେସ କର୍ମୀଙ୍କୁ ମାରି ଫିଙ୍ଗିଦେଲେ ।

ଦିନକୁ ଦିନ ବଢି ଚାଲିଛି ମୃତ୍ୟୁର ସଂଖ୍ୟା ।ମାଓବାଦୀଙ୍କ ଦ୍ୱାରା ଅନେକ ଲୋକଙ୍କର ଜୀବନ ଯାଉଛି । କାହାର ସିନ୍ଦୁର ଲିଭିଯାଉଛି ତ କାହାର କୋଳ ଖାଲି ହୋଇଯାଉଛି । ଆଉ କାହାର ପରିବାର ପୁରା ଧ୍ୱଂସ ହୋଇଯାଉଛି ।

ସେହିପରି ଏକ ଛାତି ଥରା ଘଟଣା ଆଜି ଛତିଶଗଡ଼ରେ ଦେଖିବାକୁ ମିଳିଛି । ଛତିଶଗଡ଼ ବିଜାପୁରରେ ପୁଣି ଯାଇଛି ଜଣଙ୍କ ଜୀବନ । ସେ ହେଉଛନ୍ତି କଂଗ୍ରେସ କର୍ମୀ ନାଗା ଭଣ୍ଡାରୀ।

ଗତ ଅକ୍ଟୋବରରେ ମାଓବାଦୀଙ୍କ ଦ୍ୱାରା ତାଙ୍କ ଭାଇଙ୍କର ଜୀବନ ଯାଇଥିଲା । ଆଉ ଆଜି ତାଙ୍କର ଘର ଠାରୁ କିଛି ଦୂରରେ ମାରି ଫିଙ୍ଗିଦେଇଛନ୍ତି ତାଙ୍କୁ । ଏସବୁ କରିବାକୁ କଣ ସେମାନଙ୍କ ହାତ ଥରୁନି ? ତେବେ ଏପରି ବାରମ୍ବାର ଘଟୁଛି କଣ ପାଇଁ ? କେବେ ଏହାର ସମାଧାନ ?