ଖୋଲାଗଲା ଅସ୍ଥାୟୀ ଭାବେ ବନ୍ଦ ଥିବା ୩୨ ବିମାନବନ୍ଦର, ଏବେ ଉଡାଣ ଭରିପାରିବେ ଯାତ୍ରୀ

ଦେଶରେ ସ୍ୱାଭାବିକ ହେଲା ୩୨ ବିମାନବନ୍ଦର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବଢିବା ପରେ ଦେଶର ସମୁଦାୟ ୩୨ଟି ବିମାନବନ୍ଦର ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ବିମାନବନ୍ଦର ଗୁଡ଼ିକ ଖୋଲାଯାଇଛି।

ବେସାମରିକ ବିମାନ ଚଳାଚଳ ସ୍ୱାଭାବିକ ନେଇ ସୂଚନା ଜାରି କରାଯାଇଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ମେ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା ହୋଇଥିଲା। ବିମାନ ଯାତ୍ରୀଙ୍କୁ ଏୟାର ଲାଇନ୍ସ ସହ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି।

ସ୍ୱାଭାବିକ ଭାବେ ବନ୍ଦ ହୋଇଥିବା ବିମାନବନ୍ଦରରେ ଚଣ୍ଡିଗଡ଼, ଶ୍ରୀନଗର, ଅମୃତସର, ଲୁଧିଆନା, ଭୁଣ୍ଟାର, କିଶାନଗଡ, ପଟିଆଲା, ଶିମଲା, ଧରମଶାଲା ଏବଂ ବାଥୀଣ୍ଡା ଭଳି ପ୍ରମୁଖ ବିମାନବନ୍ଦର ଅନ୍ତର୍ଭୁକ୍ତ ଥିଲା।

ଏହା ବ୍ୟତୀତ ଜୈସଲମେର, ଯୋଧପୁର, ଲେହ, ବିକାନେର, ପଠାନକୋଟ, ଜମ୍ମୁ, ଜାମନଗର ଏବଂ ଭୁଜ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ବିମାନବନ୍ଦରଗୁଡ଼ିକୁ ମଧ୍ୟ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା।